‘ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ’ର (ବିସିସିଆଇ) ଅଧ୍ୟକ୍ଷ ଏବଂ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କୁ ‘ଇଣ୍ଟର୍ନ୍ୟାସ୍ନାଲ୍ କ୍ରିକେଟ୍ କାଉନ୍ସିଲ୍’ର (ଆଇସିସି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା କଥା ଆଜି ‘ଆଇସିସି’ ଘୋଷଣା କରିଛି। ଭାରତର ଜଣେ ସବୁଠୁ ସଫଳ ସର୍ବକାଳୀନ ଅଧିନାୟକ ଭାବେ ଗୌରବ ଅର୍ଜନ କରିଥିବା ଗାଙ୍ଗୁଲୀ ମଧ୍ୟ ତାଙ୍କ ପିଢ଼ିର ଅନ୍ୟତମ ସର୍ବୋତ୍ତମ ବ୍ୟାଟ୍ସ୍ମ୍ୟାନ୍ ଥିଲେ। ୨୦୧୫ ରୁ ୨୦୧୯ ମଧ୍ୟରେ ସେ ଥିଲେ ‘କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍’ର ଅଧ୍ୟକ୍ଷ । ୨୦୧୯ରେ ସେ ‘ବିସିସିଆଇ’ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏ ବିଷୟରେ ବିବୃତି ଦେଇ ‘ଆଇସିସି’ କହିଛି, ଏହି ୩ ବର୍ଷିଆ ପଦବୀରେ ସର୍ବାଧିକ ୩ ଥର ପାଇଁ ରହିଥିବା ଅନୀଲ କୁମ୍ବଲେ୍ ଇସ୍ତଫା ଦେବା ପରେ ‘ବିସିସିଆଇ’ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କୁ ‘ଆଇସିସି ମେନ୍ସ୍ କ୍ରିକେଟ୍ କମିଟି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୌରଭଙ୍କ ପୂର୍ବରୁ ଅନୀଲ କୁମ୍ବଲେ ଉକ୍ତ ପଦବୀରେ ଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0