ନୂଆ ଭୋଟର ତାଲିକା ଓ ସଂଶୋଧନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲୁଛି । ସମସ୍ତେ ନିଜ ନିଜର ନାଁ ଓ ଏପିକି ଆଇଡି ଚେକ୍ କରିପାରିବେ । ଏଥିପାଇଁ ୨୧ ତାରିଖରେ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ ସେଠାରେ ବି ସଂଶୋଧନ କରିପାରିବେ । କହିଛନ୍ତି ଯେ, ଏପିକି ନମ୍ବର ସ୍ପୀଡ଼ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦିଅନ୍ତୁ । କୋଭିଡ୍ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେଉଛୁ । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି । ତେବେ ନାମ ଯୋଡିବା ପାଇଁ ଫର୍ମ ୬, ନାମ କାଟିବା ପାଇଁ ଫର୍ମ ୭ ବ୍ୟବହାର କରିପାରିବେ । ସେହିଭଳି ନାମ ସଂଶୋଧନ ପାଇଁ ଫର୍ମ ୮ ଏବଂ ସ୍ଥାନାନ୍ତର ହୋଇଥିଲେ ଫର୍ମ ୮-ଏ ବ୍ୟବହାର କରିବେ । ବିଏଲଓଙ୍କ ନିକଟକୁ ଯାଇ ମଧ୍ୟ ସଂଶୋଧନ କରିପାରିବେ । ଉଭୟ ଅନ ଲାଇନ ଓ ଅଫ ଲାଇନ ମାଧମରେ ସଂଶୋଧନ କରି ପାରିବେ । ଭୋଟର ହେଲ୍ପ ଲାଇନକୁ ଯାଇ ଏହି ସଂଶୋଧନ କରି ପାରିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0