ଅଦିନିଆ ବର୍ଷାରେ ଧୋଇଯାଇଛି ଚାଷ । ମୁଣ୍ଡରେ ହାତ ଦେଇଛି ଚାଷୀ । ଜଳମଗ୍ନ ହୋଇଛି ହଜାର ହଜାର ହେକ୍ଟର ଚାଷ ଜମି । ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏରିଆର ଦୃଶ୍ୟ। ଲଗାଣ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ପଡିଛି ଚଡକ।କ୍ଷେତରେ ପାଚିଲା ଧାନ କେଉଁଠି ଲେଉଟି ପଡ଼ିଛି ତ ଆଉ କେଉଁଠି ପାଣିରେ ଭାସୁଛି ଧାନ।କ୍ଷେତରେ ଯେଉଁ ଧାନ ଛିଡ଼ା ହୋଇଥିଲା ତାହା ବର୍ଷା ମାଡରେ ଝଡି କ୍ଷେତରେ ପଡି ଗଜା ହେଉଛି। ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ ଏବଂ ଚାଷୀ କୂଳ ପରିବାର ଏବେ ଚିନ୍ତାରେ ଭାଙ୍ଗି ପଡିଛନ୍ତି।ବ୍ୟାଙ୍କ ଏବଂ ସୋସାଇଟି ରୁ ଆଣିଥିବା ଋଣ ଟଙ୍କା ଏବେ ପରିଶୋଧ କରିବେ କିପରି ଖାଇବେ କଣ ବଞ୍ଚିବେ କେମିତି। କୋହ ଭରା କଣ୍ଠରେ କହିଛନ୍ତି ଚାଷୀ ମାନେ। ଗ୍ରାମ୍ୟ କୃଷି କର୍ମଚାରୀ ଏବଂ କ୍ଷେତ କର୍ମଚାରୀ ମାନଙ୍କୁ କ୍ଷୟକ୍ଷତି ର ଆକଳନ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଙ୍କୁ ଏନେଇ ରିପୋର୍ଟ ପ୍ରଦାନ କରାଯିବ।ସରକାର ଙ୍କ ଗାଇଡ ଲାଇନ ଅନୁଯାୟୀ ଚାଷୀ ମାନେ କ୍ଷୟକ୍ଷତି ର ସହାୟତା ପାଇବେ ବୋଲି ବାଣପୁର ବ୍ଲକ କୃଷି ଅଧିକାରୀ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0