କେବଳ ପ୍ରତ୍ୟକ୍ଷ ଶାରୀରିକ ସ୍ପର୍ଶକୁ ‘ପୋକ୍ସୋ’ ଆଇନର ଯୌନ ଉତ୍ପୀଡ଼ନ ଭାବେ ବିବେଚନା କରାଯିବା ଉଚିତ ବୋଲି ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି | ବିଚାରପତି ୟୁ.ୟୁ. ଲଳିତ, ଏସ୍. ରବୀନ୍ଦ୍ର ଭଟ ଏବଂ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ, ସିଧାସଳଖ ଶାରୀରିକ ସ୍ପର୍ଶ ବା ଦେହରେ ଦେହ ବାଜିବା ହିଁ ପ୍ରକୃତ ‘ସ୍ପର୍ଶ’ ବୋଲି ବିବେଚନା କଲେ ତାହାର ଅର୍ଥ କେବଳ ‘ସଙ୍କୀର୍ଣ୍ଣ ତଥା ମନ୍ଦ ଅର୍ଥ’କୁ ବୁଝାଉ ଥିବାରୁ ତାହା ଯୌନ ଉତ୍ପୀଡ଼ନରୁ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଣୀତ ‘ପୋକ୍ସୋ’ ଆଇନର ଉଦ୍ଦେଶ୍ୟକୁ ନଷ୍ଟ କରିଦେବ। ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଲେ, ବସ୍ତ୍ର ଆବୃତ ଥାଇ ମଧ୍ୟ ଦୈହିକ ସମ୍ପର୍କ ଉଦ୍ଦେଶ୍ୟ ରଖି କରାଯାଉଥିବା ସ୍ପର୍ଶର ସଂଜ୍ଞା ‘ପୋକ୍ସୋ’ରେ ବର୍ଣ୍ଣନା କରାଯାଇଛି। ଅର୍ଥକୁ କଦର୍ଥ କରି ଅଦାଲତ ମାତ୍ରାଧିକ ଈର୍ଷାନ୍ବିତ ହେବା ଅନୁଚିତ। ଆଇନ ବ୍ୟବସ୍ଥାକୁ ପ୍ରତିହତ କରୁଥିବା ସଙ୍କୀର୍ଣ୍ଣ ଆକ୍ଷରିକ ଅନୁବାଦ ବା ଅର୍ଥକୁ ଗ୍ରହଣୀୟ ନୁହେଁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0