ହରିୟାଣୀ ଗାୟିକା ତଥା ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ଉପରେ ଠକେଇ ଅଭିଯୋଗ ହୋଇଛି। ଏହି ମାମଲା କୋର୍ଟରେ ପହଞ୍ଚିଛି। ଏକ ଇଭେଣ୍ଟକୁ ବାତିଲ କରି ଟିକେଟ୍ କିଣିଥିବା ଲୋକଙ୍କୁ ଟଙ୍କା ଫେରସ୍ତ ନକରିବା ପାଇଁ ଲକ୍ଷ୍ନୌ କୋର୍ଟ ସପନାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ୱାରେଣ୍ଟ ଜାରି କରି ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗି କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୨ତାରିଖ ସ୍ଥିର କରିଛନ୍ତି। ଅଭିଯୋଗ ହୋଇଛି ଯେ ସପନା ଅକ୍ଟୋବର୧୩, ୨୦୧୮ ରେ ସ୍ମୃତି ଉପବନରେ ଏକ କାର୍ଯ୍ୟକ୍ରମ ଉପସ୍ଥାପନ କରିବାର ଥିଲା। ଏଥିପାଇଁ ଟିକେଟ୍ ପିଛା ୩୦୦ ଟଙ୍କା ମୂଲ୍ୟରେ ଟିକେଟ ବିକ୍ରି ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ହଜାର ହଜାର ଲୋକ ସ୍ମୃତି ଉପବନକୁ ଆସିଥିଲେ, କିନ୍ତୁ ରାତି ୧୦ ଟା ପର୍ଯ୍ୟନ୍ତ ସପନା ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଲୋକେ ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଟଙ୍କା ଫେରସ୍ତ କରାଯାଇ ନାହିଁ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0