ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପାଇଁ ଆଜି ଏକ ବିଶେଷ ଦିନ। ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ଅଭିନେତ୍ରୀଙ୍କ ଘରକୁ ଦୁଇଜଣ ନୂଆ ଅତିଥି ଆସିଛନ୍ତି । ସେ ଦୁଇ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବରକୁ ପ୍ରୀତି ନିଜେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ସୂଚନା ଦେଇ ଜଣାଇଛନ୍ତି। ପ୍ରୀତି କହିଛନ୍ତି, ମୁଁ ଆଜି ଆପଣ ସମସ୍ତଙ୍କ ସହ ମୋର ଏକ ଖୁସି ଖବର ସେୟାର କରିବାକୁ ଚାହୁଁଛି। ଜିନ୍ ଆଉ ମୁଁ ବହୁତ ଖୁସି ଅଛୁ। ଆମେ ଆମେ ପରିବାରରେ ନିଜର ଯମଜ ସନ୍ତାନ ଜୟ ଜିଣ୍ଟା ଗୁଡଇନଫ୍ ଏବଂ ଜିୟା ଜିଣ୍ଟା ଗୁଡଇନଫ୍ଙ୍କୁ ସ୍ବାଗତ କରୁଛୁ। ଆମେ ଜୀବନର ଏହି ଉପହାରକୁ ନେଇ ବହୁତ ଉତ୍ସାହିତ ଅଛୁ। ପ୍ରୀତିଙ୍କ ସରୋଗେସୀ ଜରିଆରେ ଦୁଇଟି ସନ୍ତାନ ହୋଇଛି। ୨୦୧୬ରେ ଆମେରିକୀୟ ବୟଫ୍ରେଣ୍ଡ ଜିନ୍ ଗୁଡଇନଫଙ୍କୁ ବିବାହ କରିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0