ମିଳିତ ଜାତିସଂଘର ଶିକ୍ଷା ଓ ସାଂସ୍କୃତିକ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡକୁ ଭାରତ ପୁଣିଥରେ ନିର୍ବାଚିତ ହୋଇଛି। UNESCO କାର୍ଯ୍ୟ ନିର୍ବାହୀ ବୋର୍ଡରେ ଭାରତ ୨୦୨୧-୨୫ ଯାଏ କାର୍ଯ୍ୟ କରିବ। ଭାରତ ସପକ୍ଷରେ ୧୬୪ ଖଣ୍ଡ ଭୋଟ ପଡ଼ିଥିଲା। ବୁଧବାର ଦିନ ହିଁ କାର୍ଯ୍ୟନିର୍ବାହୀ ସଦସ୍ୟ ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥରେ ଭାରତକୁ ୧୬୪ ଖଣ୍ଡ ଭୋଟ ମିଳିଛି। ଜେନେରାଲ କନଫରେନ୍ସ ଦ୍ୱାରା ହିଁ ବୋର୍ଡକୁ ରାଷ୍ଟ୍ରଗୁଡ଼ିକ ନିର୍ବାଚିତ ହୁଅନ୍ତି। UNESCO କାର୍ଯ୍ୟନିର୍ବାହୀ ବୋର୍ଡ ମିଳିତ ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହ ବଜେଟ ଉପସ୍ଥାପନ କରେ। ଏହାକୁ ଜାତିସଂଘର ମହାନିର୍ଦ୍ଦେଶକଙ୍କ ପାଖକୁ ପଠା ଯାଏ। ତେଣୁ ବୋର୍ଡର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମୋଟ ୫୮ଟି ଦେଶ ରହିଛନ୍ତି। ଭାରତ ଗ୍ରୁପ୍ ୪ରେ ରହିଛି। ଏଥିରେ ଏସିଆନ ଓ ପ୍ୟାସିଫିକ ରାଷ୍ଟ୍ର ରହିଛନ୍ତି। ଜାପାନ, ଫିଲିପାଇନ୍ସ, କୁକ ଦ୍ୱୀପପୁଞ୍ଜ ଓ ଚାଇନା ମଧ୍ୟ ଭାରତ ଭଳି UNESCOର କାର୍ଯ୍ୟନିର୍ବାହୀ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି। ମିଳିତ ଜାତିସଂଘର ୩ ସାମ୍ବାଧାନିକ ପ୍ରତିଷ୍ଠାନ ମଧ୍ୟରୁ UNESCO କାର୍ଯ୍ୟନିର୍ବାହୀ ବୋର୍ଡ ଅନ୍ୟତମ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0