spot_img

କ୍ରିପ୍ଟୋକରେନ୍ସିଂ ଖରାପ ଲୋକଙ୍କ ହାତକୁ ନଯାଉ : ନରେନ୍ଦ୍ର ମୋଦି

କଛିଦିନ ଧରି କ୍ରିପ୍ଟୋକରେନ୍ସିଂକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡ୍‌ନୀ ଭଷଣରେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ ଏନେଇ କହିଛନ୍ତି ଯେ, ଏହା ଭୁଲ୍‌ ଲୋକଙ୍କ ହାତକୁ ଚାଲିନଯାଉ। ଏଥିସହିତ ସେ ଡିଜିଟାଲ୍‌ ଯୁଗକୁ ନେଇ ଏହାର ମହତ୍ତ୍ୱକୁ ବୁଝାଇଛନ୍ତି । ଆଜିର ସମୟରେ ଟେକ୍ନୋଲୋଜି ଏବଂ ଡାଟା ସବୁଠାରୁ ବଡ଼ ଅସ୍ତ୍ର । ସମୁଦ୍ର ଠାରୁ ନେଇ ସାଇବର ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ବିପଦ ରହିଛି । ବର୍ତ୍ତମାନର ପରିସ୍ଥିତିରେ ଟେକ୍ନୋଲୋଜି ଏକ ବଡ଼ ଭୂମିକା ଗ୍ରହଣ କରୁଛି । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ, ସମସ୍ତ ଲୋକତାନ୍ତ୍ରିକ ଦେଶଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ । ଏଥିସହିତ ଆମେ ପ୍ରୟାସ କରିବା ଯେ କ୍ରିପ୍ଟୋକରେନ୍ସିଂ କୌଣସି ଖରାପ ଲୋକର ହାତକୁ ଚାଲାନଯାଉ । ଯଦି ଏପରି ହୁଏ ତେବେ ଏହା ଆମ ଯୁବପୀଢ଼ିଙ୍କୁ ବର୍ବାଦ କରିଦେବ । ସୂଚାନଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛିଦିନ ପୂର୍ବରୁ କ୍ରିପ୍ଟୋକରେନ୍ସିଂକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular