ମୁମ୍ବାଇର ପୂର୍ବତନ ପୁଲିସ କମିସନର୍ ପରମବୀର ସିଂହ କେଉଁଠି ଆତ୍ମଗୋପନ କରିଛନ୍ତି ତାହା ନ କହିବା ପର୍ଯ୍ୟନ୍ତ ତାଙ୍କର ଆବେଦନ ଶୁଣାଣି କରାଯିବ ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି। ପରମବୀର ସିଂହ ଭାରତରେ ଅଛନ୍ତି ନା, ବିଦେଶରେ ଆତ୍ମଗୋପନ କରିଛନ୍ତି? ନିଜର ସାମ୍ପ୍ରତିକ ଅବସ୍ଥିତି ସଂକ୍ରାନ୍ତରେ ସୂଚନା ନ ଦେଲେ ତାଙ୍କର ଆବେଦନ ଶୁଣାଣି ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ମହାରାଷ୍ଟ୍ରରେ ପରମବୀର ସିଂହଙ୍କ ନାମରେ ଅନ୍ୟୂନ ୫ଟି ଅପରାଧିକ ମାମଲା ରୁଜୁ ହୋଇଛି ହେବା ସହ ଜର୍ଜଗାଓଁ ବଟି ଆଦାୟ ମାମଲାରେ ଏକାଧିକ ଜାମିନରହିତ ପର୍ୱାନା ଜାରି ହୋଇଛି। ପରମବୀର ସିଂହଙ୍କ ଠାରୁ ନିର୍ଦେଶ ପାଇବା ଲାଗି ତାଙ୍କ ଓକିଲ ଖଣ୍ଡପୀଠଙ୍କୁ ସମୟ ମାଗିଛନ୍ତି। ତେଣୁ, ପରମବୀର ସିଂହଙ୍କ ଆବେଦନର ଶୁଣାଣି ନଭେମ୍ବର ୨୨ରେ କରାଯିବ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଳାତକ ଘୋଷିତ ପରମବୀର ସିଂହ ତାଙ୍କ ବିରୋଧରେ ଲାଗୁ ହୋଇଥିବା ଅପରାଧିକ ମାମଲାଜନିତ ଗିରଫଦାରି ଏଡ଼ାଇବା ଲାଗି ସୁରକ୍ଷା ଲୋଡ଼ି ସୁପ୍ରିମ୍ କୋର୍ଟରେ ନିବେଦନ କରିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0