ନିକଟରେ ଅଭିନେତ୍ରୀ କଙ୍ଗନା ରଣାୱତ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ଦେଇଥିଲେ। ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଲମ୍ବା ମେସେଜ୍ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ପ୍ରଥମ ପୋଷ୍ଟରେ କଙ୍ଗନା ତାଙ୍କୁ କ୍ଷମତା ଲୋଭୀ ଏବଂ ଚତୁର ବୋଲି ବର୍ଣ୍ଣନା କରିଥିଲେ। ଏଥି ସହିତ, ଅନ୍ୟ ଏକ ପୋଷ୍ଟରେ ସେ କହିଥିଲେ ଯେ ଗାନ୍ଧୀଜୀ ଚାହୁଁଥିଲେ ଭଗବତ ସିଂଙ୍କୁ ଫାଶୀ ଦିଆଯାଉ। ସେ ଆହୁରି ମଧ୍ୟ ଲେଖିଥିଲେ, ଚାପୁଡ଼ା ମାରୁଥିବା ବ୍ୟକ୍ତିଙ୍କ ସାମ୍ନାରେ ଅନ୍ୟ ଗାଲ ଦେଖାଇବା ଦ୍ୱାରା ସ୍ୱାଧୀନତା ମିଳେ ନାହିଁ। ବର୍ତ୍ତମାନ ଅଭିନେତ୍ରୀଙ୍କ ବିବୃତ୍ତିକୁ ନେଇ ଶିବସେନା ସାଂସଦ କୃପାଳ ତୁମାନେ ନିଜର ନିରବତା ଭାଙ୍ଗିଛନ୍ତି। ସେ କହିଛନ୍ତି, କଙ୍ଗନା ରଣାୱତ କାହାର ପାଦ ଚାଟି କି ଆଉ କ’ଣ ଚାଟି ପଦ୍ମଶ୍ରୀ ପାଇଛନ୍ତି, ତାହା ଦିଲ୍ଲୀର ସମସ୍ତ ସାଂସଦ ଏବଂ ବିଧାୟକ ଜାଣିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0