ନୟାଗଡ ଜ଼ିଲ୍ଲା ଗଣିଆ ବଜ଼ାର ମଧ୍ୟ ଦେଇ ଖୋର୍ଦ୍ଧା ଠାରୁ ବଲାଙ୍ଗିର ପର୍ୟ୍ୟନ୍ତ ରାଜ୍ୟ ରାଜପଥ ଯାଇଛି, ଏହି ରାସ୍ତା ରେ ପ୍ରତେକ ଦିନ ଶହ ଶହ ଭାରିଜାନ ଯାତାୟାତ କରନ୍ତି, ଗଣିଆ ତହସିଲ ଅଫିସ ତରଫରୁ ବାଲି ଘାଟ ରହି ଥିବାରୁ ଟ୍ରାକ୍ଟର, ଡମ୍ଫର ଗାଡି, ଦିନ ରାତି ଯାତାୟାତ କରୁଛି, ରାସ୍ତା ରେ ଯିବା ଆସିବା ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଛି, ରାସ୍ତା ଉପରେ ଗାଡି ମଟର ପାର୍କିଙ୍ଗି ହୋଇଥିବାରୁ ଟ୍ରାଫିକ ସମସ୍ୟା ଲାଗିରହୁଛି,ବିଶେଷ କରି ହାଟ ପାଳିରେ ଘଣ୍ଟା ଘଣ୍ଟା ଧରି ଗାଡି ମଟର ରାସ୍ତା ଉପରେ ରହୁଥିବାରୁ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଯିବା ପାଇଁ ବହୁତ ଅସୁବିଧା ହେଉଛି, , ଗଣିଆ ରେ ବାଇପାସ ନିର୍ମାଣ କରିବାକୁ ଅଂଚଳ ବାସୀ ଙ୍କ ତରଫରୁ ବାରମ୍ବାର ଦାବୀ କରୁଥିଲ ମଧ୍ୟ ପ୍ରଶାସନ ଦୃଷ୍ଟି ଅଡୁଆଳୀରେ ରହି ଯାଉଛି, ନେତା ଆନ୍ତରିକତା ଯୋଗୁ ବାଇପାସ ନିର୍ମାଣ ବିଳମ୍ବ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି, ଗଣିଆ ବଜ଼ାର କୁ ଲାଗି, ତହସିଲ ଅଫିସ, ବ୍ଲକ ଅଫିସ, କଲେଜ,ମେଡିକାଲ, ଥାନା, ସ୍କୁଲ, ବ୍ୟାଙ୍କ,ସହିତ ଘର ସାମଗ୍ରୀ କିଣିବା କାଯ୍ୟରେ ଆସିଲେ ଅସୁବିଧା ହେଉଛି, ଉଚ୍ଚ କର୍ତ୍ତୃ ପକ୍ଷ ତୁରନ୍ତ ହସ୍ତକ୍ଷେପ କରି ସର୍ଭେ କରିବା ସହିତ ଗଣିଆ ବଜ଼ାର ଉପରେ ବାଇପାସ ନିର୍ମାଣ କାର୍ୟ୍ୟ ଆରମ୍ଭ କରିବାକୁ ଅଂଚଳ ବାସୀ ଦାବୀ କରିଛନ୍ତି



Visitors Today : 4
Total Visitors : 130422
Total Views : 9891952
Visitors Online Now : 0