କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରଗଡ଼ ଗ୍ରାମ ରେ ଘଟିଛି ଅପ୍ରୀତିକର ପରିସ୍ଥିତି।ପୁରୁଣା ସହର୍ଷ ବର୍ଷ ର ମଙ୍ଗଳା ମନ୍ଦିର କୁ ଜବର୍ ଦଖଲ କୁ ପ୍ରତିରୋଧ କରି ଖଣ୍ଡା ଆଉ ପଥର ମାଡ଼ ରେ 4 ଆହତ ହୋଇଛନ୍ତି।ସମସ୍ତ ଙ୍କୁ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଛି ଓ ଗ୍ରାମ ରେ ଉତ୍ତେଜନା କୁ ଦୃଷ୍ଟି ରେ ରଖି ନରସିଂହପୁର ଥାନା ପକ୍ଷ ରୁ ପୋଲିସ ମୃତାୟନ କରା ଯାଇଛି। ଏବେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣଧିନ ଥିବା ବେଳେ କେତେବେଳେ କଣ ଘଟିବ କିଛି କହି ହେବ ନାହିଁ। ସୂଚନା ଗ୍ରାମ ର ଦୀର୍ଘ ବର୍ଷ ର ମଙ୍ଗଳା ମନ୍ଦିର କୁ ସେହି ଗ୍ରାମ ର ବିଜୟ ଲେଙ୍କା ନିଜ କବଜା କୁ ନେବା ପାଇଁ ଚେଷ୍ଟା କରିବା ସହ ମନ୍ଦିର ରେ ପୂଜା ପାଉଥିବା ଠାକୁରାଣୀ ଙ୍କୁ ରାତା ରାତି ମହାନଦୀ ରେ ବିସର୍ଜନ କରି ଦେଇଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ଆଜି ସକାଳୁ ସକାଳୁ ଗ୍ରାମ ର ମହିଳା ମାନେ ମନ୍ଦିର କୁ ପୂଜା କରିବାକୁ ଯିବା ସମୟ ରେ ସେମାନଙ୍କୁ ବିଜୟ ଲେଙ୍କା ଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ ଓ ପରେ ଅସ୍ତ୍ର ଶସ୍ତ୍ର ଏବଂ ଟେକା ପଥର ମାରି ମହିଳା ମାନଙ୍କୁ ଆକ୍ରମଣ କରିଥିଲେ ପରବର୍ତ୍ତୀ ମୁହୂର୍ତ୍ତ ରେ ମହିଳା ମାନେ ଦେଖିବାକୁ ପାଇଲେ ମନ୍ଦିର ରେ ଠାକୁରାଣୀ ନାହାନ୍ତି ଓ ମନ୍ଦିର ପରିସର ରେ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି ଏହି ବିଷୟ ରେ ମହିଳା ମାନେ ଆସି ଗ୍ରାମ ରେ ଜଣାଇବା ପରେ ଗ୍ରାମବାସୀ ମାନେ ମଧ୍ୟ ବିରୋଧ କରିବାକୁ ପହଞ୍ଚି ଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0