ଦୁଇବର୍ଷ ତଳେ ବିଦ୍ୟୁତ ଆଘାତରେ ବାପାଙ୍କ ମୃତ୍ୟୁ ହୋଇଥିଲା । ଜ୍ବରରେ ପଡି ଚିକିତ୍ସା ଅଭାବରୁ ଏବେ ଚାଲିଗଲେ ମା । ମା ଗଲାପରେ ପୁଅ ଭାଗବତ ଆଜି ବେସାହାରା । ସାହିଭାଇଙ୍କ ସହାୟତାରେ ମାର ସୁଧିକ୍ରିୟା ଶେଷ କରିଛି ସତ ହେଲେ ଆଗକୁ କିଭଳି ନିଜେ ମଣିଷ ହେବ ଏବଂ ମା ବାପାଙ୍କ ସ୍ବପ୍ନ ସାକାର କରିବ ସେନେଇ ଏବେ ଚିନ୍ତାରେ ଭାଗବତ ।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଚମ୍ପାଦିଆ ଗ୍ରାମରେ । ଆମେ କହୁଛୁ ସେହି ଗ୍ରାମର ୧୪ବର୍ଷର ବାଳକ ଭାଗବତ ଦାସଙ୍କ କଥା । ବାପା ମାଙ୍କୁ ହରାଇ ଏକା ହୋଇଯାଇଛନ୍ତି ୧୪ବର୍ଷର ୧୦ମ ଶ୍ରେଣୀ ଛାତ୍ର ଭାଗବତ । ମାଙ୍କ ମୃତ୍ୟୁ ପରେ ଶବ ସତ୍କାରଠୁ ଆରମ୍ଭ କରି ଦଶଦିନଯାଏ ଖାଦ୍ୟ ପେୟ କଥା ଗ୍ରାମବାସୀ ବୁଝିଛନ୍ତି । ଅନାଥ ଭାଗବତ ଏବେ କଣ ଖାଇବ କିପରି ରହିବ ଓ ପାଠ ପଢି ମା ବାପାଙ୍କ ସ୍ବପ୍ନ ସାକାର କରିବ କିଛି କୂଳ କିନାରା ପାଉନି । ବାପା ଗଲାପରେ ମା ପର ଘରେ ମୁଲମୁଜୁରି ଲାଗି ପେଟ ପୋଷୁଥିଲେ ହେଲେ ରୋଗରେ ପଡିବା ପରେ ଅର୍ଥ ନଥିବାରୁ ଚିକିତ୍ସା ଅଭାବରୁ ଚାଲିଗଲେ ଆରପାରିକୁ । ବିଧବା ମା ଭତ୍ତାପାଇଁ ଦୋଡି ଦୋଡି ଶେଷରେ ଆଖି ବୁଜିଛନ୍ତି ହେଲେ ବିଧବା ଭତା ଟିଏ ମିଳିପାରିଲା ନାହିଁ । ଏବେ ଏକା ହୋଇଯାଇଛନ୍ତି ଭାଗବତ । ଭାଗବତଙ୍କ ପାଖରେ ସମ୍ବଳ କହିଲେ ରହୁଥିବା ଏହି ଭଙ୍ଗା ଚାଳଘର ଟିଏ । ୧୦ମ ଶ୍ରେଣୀରେ ପଢୁଥିବା ଭାଗବତ ଆଗକୁ କିପରି ପାଠ ପଢିବ,ଦିଉଳି ଦୁଇମୁଠା ଖାଇବ ଓ କେଉଁଠି ରହିବ ସେନେଇ ପ୍ରଶାସନ ତୁରନ୍ତ ସମସ୍ତ ସହାୟତା ଯୋଗାଇ ଦେଉବୋଲି ଦାବି କରିଛନ୍ତି ଗ୍ରାମବାସୀ । ସରକାରଙ୍କ ତରଫରୁ ଏ ଭାଗବତକୁ ରହିବା ପାଇଁ ଘର ଏବଂ ପଢିବା ପାଇଁ ବ୍ୟବସ୍ଥା ନିହାତି ଆବଶ୍ୟକ! ମୁଖ୍ୟତ ତାଙ୍କ ମାଆଙ୍କ ଚିକିତ୍ସା ହେଉଥିବା ଘରୋଇ ହସ୍ପିଟାଲରେ ବାକି ରହିଥିବା ଅର୍ଥକୁ ସରକାର ବହନ କଲେ ଏ ଅନାଥ ଭାଗବତ କାନ୍ଧରୁ ଚିନ୍ତା ଯିବ !



Visitors Today : 1
Total Visitors : 130303
Total Views : 9891806
Visitors Online Now : 0