ହଜାର ହଜାର ସଂଖ୍ୟାରେ ଲୋକ ମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରାବାଜି ଦେଇ ଚାଲିଛନ୍ତି।ଏହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବିଜୁ ମହିଳା ମୋର୍ଚ୍ଚା,ବିଜୁ ଯୁବ ଜନତା,ବିଜୁ ଛାତ୍ରଜନତା ପକ୍ଷରୁ ଚାଲିଛି ରାଲୀ।କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନ ଗ୍ୟାସ,ପେଟ୍ରୋଲ ଦର ବୃଦ୍ଧି ଏବଂ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ସରକାରଙ୍କ ଡାକରାରେ ପ୍ରତି ବ୍ଲକ ରେ ଚାଲିଛି ପ୍ରତିବାଦ,ଶୋଭାଯାତ୍ରା ଏବଂ ବିରୋଧ। ରାଜକନିକା ବ୍ଲକ ବିଜୁ ମହିଳା ମୋର୍ଚ୍ଚା, ବିଜୁ ଯୁବ ଜନତା ଏବଂ ବିଜୁ ଛାତ୍ରଜନତା ଙ୍କ ମିଳିତ ସହଯୋଗରେ ବିଧାୟକ ପ୍ରତାପ ଦେବ ଙ୍କ ନିର୍ଦ୍ଦେଶକ୍ରମେ ରାଜକନିକା ବିଜୁ ଜନତା ଦଳ ନେତୃତ୍ୱରେ ଚାଲିଛି ଏ ବିକ୍ଷୋଭ।ବିଧାୟକ ଶ୍ରୀ ଦେବ ନିଜେ ରହି ସମସ୍ତ କାର୍ୟ୍ୟକ୍ରମକୁ ତଦାରଖ କରିଥିଲେ।ଏଥିରେ ରାଜକନିକା ବ୍ଲକ ର ସମସ୍ତ ପଞ୍ଚାୟତରେ ହଜାର ହଜାର ସଂଖ୍ୟାରେ ବିଜୁ ସମର୍ଥକ ମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନ ଗ୍ୟାସ, ପେଟ୍ରୋଲ ଦର ଏବଂ ନିତ୍ୟବ୍ୟବହାର୍ୟ୍ୟ ଜିନିଷ ପତ୍ର ର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ପ୍ରକାର କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନମାନ ଦେଇ ରାଜ ବାଟି ମେଲଣ ପଡିଆରୁ ବାହାରି ଚନ୍ଦନ ପୋଖରୀ ଛକ,ଗିକର୍ନେଶ୍ୱର୍,କଣ୍ଟାପଡ଼ା ବଜାର, ପେଟ୍ରୋଲ ପମ୍ପ ସହ ଥାନା,ମେଡିକାଲ ଦେଇ ଶେଷରେ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ବସିବା ସହିତ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ।ପରେ ପରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ବିଡିଓ ଶ୍ରୀ ରବୀନ୍ଦ୍ର ଆଚାର୍ୟ୍ୟଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0