ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଆକନା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି, ଏହି ଗ୍ରାମର ଶ୍ରୀପତି ରଣା ଙ୍କ ପୂତ୍ର ଗୋବିନ୍ଦ ଗତ ଦୁଇ ଦିନ ପୂର୍ବରୁ ବିଲ କୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ , ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ଗୋବିନ୍ଦ ଙ୍କ କୌଣସି ସନ୍ଧାନ ନପାଇ ଜଳେଶ୍ବର ଥାନା ରେ ଲିଖିତ ଅଭିଯୋଗ କରିଥିଲେ, ତେବେ ଆଜି ସକାଳେ କିଛି ଗ୍ରାମବାସୀ ସୁବର୍ଣ୍ଣରେଖା ନଦୀ କୁ ଗାଧୋଇବା ପାଂଇ ଯାଇଥିବା ବେଳେ ଗୋବିନ୍ଦ ଙ୍କ ମୃତ ଦେହ ପାଣି ରେ ଭାସୁଥିବା ର ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସ କୁ ମଧ୍ୟ ଖବର ଦେଇଥିଲେ , ଘଟଣା ସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରଜୁ କରିବା ସହ ଶବ ବ୍ୟବଛେଦ ପାଂଇ ପଠାଇଛି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0