ଦୁନିଆର ପ୍ରତ୍ୟେକ ଦେଶର ଭିନ୍ନ ଭିନ୍ନ ନିୟମ ରହିଛି । ଅନେକ ଦେଶର ନିୟମ ଅତ୍ୟନ୍ତ ନମନୀୟ ହୋଇଥିବାବେଳେ ଅନେକ ଦେଶର ନିୟମ ଅତ୍ୟନ୍ତ କଠୋର ରହିଥାଏ । ହେଲେ କିଛି ଦେଶ ମଧ୍ୟ ଅଛି ଯାହାର ନିୟମ ଅତ୍ୟନ୍ତ ଅଦ୍ଭୁତ ଅଟେ । ଏହି ନିୟମ ଲୋକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଏହିପରି କିଛି ନିୟମ ଆମ ପଡୋଶୀ ଦେଶ ପାକିସ୍ଥାନରେ ମଧ୍ୟ ଅଛି । କେବଳ ଏତିକି ନୁହେଁ, ପାକିସ୍ତାନରେ ଏପରି ଅନେକ ଅଜବ ନିୟମ ଅଛି, ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ପାକିସ୍ତାନରେ ଏକ ନିୟମ ଅଛି ଯଦି ଆପଣ କାହାର ଫୋନକୁ ବିନା ଅନୁମତିରେ ଛୁଇଁବା ବେଆଇନ ଅଟେ । ଯଦି କେହି ଅଜାଣତରେ ବିନା ଅନୁମତିରେ ଅନ୍ୟର ଫୋନକୁ ସ୍ପର୍ଶ କରନ୍ତି, ତା’ହେଲେ ତାଙ୍କ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ଏହି ଅପରାଧ କରୁଥିବା ବ୍ୟକ୍ତିଙ୍କୁ ୬ମାସ ଜେଲ ଦଣ୍ଡ ହେବ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0