spot_img

ପୁଣି ଗୌତମ ଗମ୍ଭୀରଙ୍କୁ ମିଳିଲା ହତ୍ୟା ଧମକ

ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି | ଆଇଏସଆଇଏସ କାଶ୍ମୀର ନାମକ ସଂଗଠନ ଏକ ଧମକପୂର୍ଣ୍ଣ ମେଲ ପଠାଇଛନ୍ତି | ସେଥିରେ ଲେଖା ଯାଇଛି କାଲି ଆମେ ତମକୁ ମାରିବାକୁ ଚାହୁଁ ଥିଲି କିନ୍ତୁ ବଞ୍ଚିଗଲ , କାଶ୍ମୀର ଠାରୁ ଦୂରରେ ରୁହ | ଏହା ସହିତ ଗୌତମ ଗମ୍ଭୀରଙ୍କ ଘର ବାହାରର ଦୃଶ୍ୟ ମଧ୍ୟ ଭିଡିଓ କରି ପଠାଇଛନ୍ତି | ଏହି ଭଳି ଧମକ ଦୁଇ ଥର ମିଳି ସାରିଛି | ଏବେ କିନ୍ତୁ ପୋଲିସ ଏନେଇ ତଦନ୍ତ ଜାରି ରଖିଛି | ଗୌତମ ଗମ୍ଭୀର ଏନେଇ ଦିଲ୍ଲୀ ପୋଲିସରେ ଏତଲା ଦାୟର କରିଛନ୍ତି | ଦିଲ୍ଲୀ ପୋଲିସ ମଧ୍ୟ ଗମ୍ଭୀରଙ୍କ ଘର ସାମ୍ନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦେଇଛି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular