ସମ୍ବିଧାନ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ଯୋଜନା କରାଯାଇଛି | କିନ୍ତୁ ଏହି କାର୍ଯ୍ୟକ୍ରମ ମାନଙ୍କରେ କୌଣସି ବିରୋଧୀ ଦଳ ମାନଙ୍କର ମୁଖ୍ୟ କିମ୍ବା କର୍ମକର୍ତ୍ତା ଯୋଗ ଦେଇନାହାନ୍ତି | କଂଗ୍ରେସ , ଶିବସେନା , ବାସପା ଏବଂ ଅନ୍ୟ ଆଞ୍ଚଳିକ ବିରୋଧୀ ଦଳ | ତେବେ ଏହି ଅବସରରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦିନ ଓୱେସି ଏକ ମନ୍ତବ୍ୟ ଦେଇଛନ୍ତି | ସେ ଗୋଟେ ପଟେ ସମସ୍ତଙ୍କୁ ଦେଶର ସମ୍ବିଧାନକୁ ରକ୍ଷା କରିବା ପାଇଁ କହିଛନ୍ତି | ସେ ଏଭଳି ମଧ୍ୟ କହିଛନ୍ତି ଯେ ଦେଶର କେତେକ ପ୍ରସଙ୍ଗରେ ମୁସଲିମ ଓ ଦଳିତ ମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି | ସେ ଟ୍ୱିଟ କରି କହିଛନ୍ତି ଯେ 26 ନଭେମ୍ବର 1949 ରେ ଆମ ପୂର୍ବ ପୁରୁଷ ମାନେ ଆମକୁ ସମ୍ବିଧାନକୁ ଉପହାର ସଦୃଶ ଦେଇଥିଲେ | ଏ ହେଉଛି ସେଇ ସ୍ବପ୍ନ ଯାହା ଆମ ପାଇଁ ଆମ ପୂର୍ବ ପୁରୁଷ ଦେଖିଥିଲେ | ସେ କହିଛନ୍ତି ଯେ ଆମ ଦେଶରେ ବହୁ ସଂଖ୍ୟା ଜାତିକୁ ନ୍ୟାୟ ମିଳେ କିନ୍ତୁ ଆମକୁ ଧୋକା ମିଳେ | କିନ୍ତୁ ତଥାପି ସମ୍ବିଧାନକୁ ରକ୍ଷା କରିବାକୁ ଆମେ ପ୍ରତିଶୃତିବଦ୍ଧ |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0