ବଟି ଆଦାୟ ମାମଲାରେ ବୟାନ ରେକର୍ଡ କରାଇବା ନିମନ୍ତେ ଆଜି ମୁମ୍ବାଇର ପୂର୍ବତନ ପୁଲିସ କମିସନର୍ ପରମବୀର ସିଂହ ଥାନେସ୍ଥିତ ଏକ ଥାନାରେ ହାଜର ହୋଇଛନ୍ତି। ସେଠାରେ ତାଙ୍କ ନାମରେ ଏକ ବଟି ଆଦାୟ ମାମଲା ପଞ୍ଜିକୃତ ହୋଇଥିଲା। ଥାନେ ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଆଜି ସକାଳ ପ୍ରାୟ ୧୦.୩୦ରେ ସିଂହ ଥାନରେ ପହଞ୍ଚବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ପରମବୀର ସିଂହ, ଡେପୁଟି ପୁଲିସ କମିସନର୍ ଦୀପକ ଦେବରାଜ, ସହକାରୀ ପୁଲିସ କମିସନର୍ ଏନ୍ଟି କଦମ, ସେବାନିବୃତ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା, ବରିଷ୍ଠ ପୁଲିସ ଇନ୍ସ୍ପେକ୍ଟର୍ ରାଜକୁମାର କୋଠମିରେ ଏବଂ ଗ୍ୟାଙ୍ଗ୍ଷ୍ଟର୍ ରବି ପୂଜାରୀ ତାଙ୍କ ଠାରୁ ଏବଂ ତାଙ୍କ ବନ୍ଧୁ ସୋନୁ ଜଲନଙ୍କ ଠାରୁ କୋଟି କୋଟି ଟଙ୍କା ବଟି ଆକାରରେ ନେଇଥିବା କଥା ଉଲ୍ଲେଖ କରି ୫୪ ବର୍ଷିୟ ବ୍ୟବସାୟୀ କେତନ ତନ୍ନା ଥାନାରେ ଅଭିଯୋଗ କରିଥିଲେ। ୨୦୧୮ରେ ଏକ ‘ବେଟିଙ୍ଗ୍ ରାକେଟ୍’ ମାମଲାରେ ଜଲନଙ୍କୁ ଗିରଫ କରାଯାଇଥିଲା।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0