ଦେଶରେ ଶୁକ୍ରବାର ସମ୍ବିଧାନ ଦିବସ ପାଳିତ ହୋଇଛି। ୭୧ତମ ସମ୍ବିଧାନ ଦିବସ ଅବସରରେ ସଂସଦ ଭବନ କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ସ୍ୱତନ୍ତ୍ର ସଭାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁ ଓ ଲୋକସଭା ବାଚସ୍ପତି ଓମ ବିରଳା ମଧ୍ୟ ଉପସ୍ଥିତ ଥିଲେ। ୨୬ ନଭେମ୍ବର ଦେଶର ସମ୍ବିଧାନ ଦିବସ। ତେବେ ଆଜିକୁ ୧୩ ବର୍ଷ ପୂର୍ବେ ଆଜିର ଦିନରେ ହୋଇଥିବା ମୁମ୍ବାଇ ୨୬/୧୧ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମନେ ପକାଇବା ସହ ଆତଙ୍କବାଦୀଙ୍କ ଆକ୍ରମଣ ବିଫଳ କରିବା ଲାଗି କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଶହିଦ ସେନା ଜବାନ ଓ ପୋଲିସ କର୍ମଚାରୀଙ୍କ ବଳିଦାନକୁ ପ୍ରଧାନମନ୍ତ୍ରୀ ଆଦର ପୂର୍ବକ ନମନ କରୁଥିବା କହିଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0