spot_img

ରିଲିଜ ହେଲା 83ର ଟିଜର : ଦେଖିଲେ ହେଇଯିବେ ଭାବବିହ୍ଵଳ

ସରିଛି ଅପେକ୍ଷାର ସମୟ | ରଣବୀର ସିଂହଙ୍କ ଅପକମିଙ୍ଗ ଫିଲ୍ମ 83ର ଟିଜର ରିଲିଜ ହୋଇଛି | ଫିଲ୍ମଟି 24 ଡ଼ିସେମ୍ବରରେ ସିନେମା ଘରେ ରିଲିଜ କରାଯିବ | ଫିଲ୍ମର କାହାଣୀ 1983 ମସିହା ୱାଲର୍ଡ଼ କପର ବିଜୟ ଉପରେ ଆଧାରିତ | 1983 ମସିହାରେ ପୂର୍ବତନ କ୍ୟାପଟେନ କପିଲ ଦେବଙ୍କ ନେତୃତ୍ୱରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା | ବର୍ଷ ଶେଷ ହେବାକୁ ବସିଲାଣି କିନ୍ତୁ ଶେଷ ମୁହୂର୍ତ୍ତ ରେ ତାଙ୍କ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି ରଣବୀର | କପିଲ ଦେବଙ୍କ ଉପରେ ଆଧାରିତ ଏହି ଫିଲ୍ମ ତେଲୁଗୁ, କନ୍ନଡ଼ , ମାଲାୟାଲାମ , ହିନ୍ଦୀ ଭାଷାରେ ରିଲିଜ ହେବ | ଉକ୍ତ ଫିଲ୍ମରେ କପିଲ ଦେବଙ୍କ ଭୂମିକାରେ ନଜର ଆସୁଛନ୍ତି ରଣବୀର ସିଂ ଓ ତାଙ୍କ ପତ୍ନୀ ଭୂମିକାରେ ଦେଖାଯିବେ ଦୀପିକା ପାଦୁକୋନ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular