ଲୋକସଭାରେ ପାରିତ ହେଲା କୃଷି ଆଇନ୍ ଉଚ୍ଛେଦ ବିଲ୍ । ବିରୋଧୀଙ୍କ ହଟ୍ଟଗୋଳରେ ପାରିତ ହେଲା ଏହି ୩ଟି ବିବାଦୀ କୃଷି ଆଇନ୍ ଉଚ୍ଛେଦ ବିଲ୍ । ଅଧିବେଶନର ପ୍ରଥମ ଦିନରେ ବିଲ୍ ଆଣିବାକୁ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଗତ ବର୍ଷେ ହେଲା ଦେଶରେ ୩ଟି କୃଷି ଆଇନ୍କୁ ବିରୋଧ ପ୍ରଦର୍ଶନ ଚାଲିଥିଲା । ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ଟି ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହାର ବିଲ୍ ଉପସ୍ଥାପନ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ଆଧାରରେ ଆଜି ପ୍ରଥମ ଦିନରେ ଏହି ବିବାଦୀୟ ଆଇନ୍କୁ ପ୍ରତ୍ୟାହାର ପାଇଁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ତେବେ ଲୋକସଭାରେ ଏହି ବିଲ୍ ଉପରେ ଆଲୋଚନା କରିବାକୁ ବିରୋଧୀମାନେ ଦାବି କରିଥିଲେ । ଏପିରିକି ଲୋକସଭାରେ ହଟ୍ଟଗୋଳ ମଧ୍ୟ କରିଥିଲେ । ଏସବୁ ଭିତରେ ସୋମବାର ଦିନ ଲୋକସଭାରେ କୃଷି ଆଇନ୍ ଉଚ୍ଛେଦ ବିଲ୍ ପାରିତ ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0