ପୁଣି ଜଳେଶ୍ୱର ରୁ ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ କଲେ ଜଳେଶ୍ୱର ର ଦବଙ୍ଗ ଲେଡି ଆଇସିସି ପ୍ରଜ୍ଞା ମହାନ୍ତି। ଗତ କାଲି ବିଳମ୍ବିତ ରାତିରେ ଜଳେଶ୍ୱର ଶାସନବଡ ଅଞ୍ଚଳରେ ୧ ପ୍ଲାଟୂ ନ ପୋଲିସ ସହିତ ଚଢ଼ାଉ କରି ଆନୁମାନିକ ୪୦୦ ଗ୍ରାମ ର ଧଳା ଜହର ଜବତ ସହିତ ଜଣକୁ ଗିରଫ କରିଛି।ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ । ଗତ ୩ ମାସ ଭିତରେ ୨ ଜଣ ଲେଡି ଦବଙ୍ଗ ଅଫିସର ଙ୍କ ଉଦ୍ୟମ ବଳରେ ଜଳେଶ୍ୱର ଅଞ୍ଚଳରୁ ୪ଳଶଗ୍ରାମ ଧଳା ଜହର ଜବତ କରିବା ସହିତ ୩୦ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି।ଫୋଳରେ ଧଳା ଜହର ବେପାରୀ ଅନ୍ୟତ୍ର ନୂଆ ଠିକଣା ଖଜିବାରେ ଲାଗିଛନ୍ତି।ଧଳା ଜହର ର ଜନ୍ମ ସ୍ଥାନ ଆଫଗାନିସ୍ତାନ ଓ ବକ୍ଷଙ୍ଗଳାଦେଶ ।କିପରି ପଶ୍ଚିମ ବଙ୍ଗ ମଧ୍ୟ ଦେଇ ଜଳେଶ୍ୱର କୁ ପ୍ରବେଶ କରୁଛି ଓ ଧଳା ଜହର କିପରି ଜଳେଶ୍ୱର ରୁ ମୂଳ ପଛ ହେବା ସହିତ ରାଜ୍ୟରେ କିପରି ପ୍ରବେଶ କରିପାରିବ ନାହିଁ ।ଏନେଇ ଆହୁରି କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଉ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0