spot_img

ବାଲୁଙ୍କେଶ୍ବର ମନ୍ଦିରର “ଦଧି ନଉତି”ପୁର୍ଣଉଦ୍ଧାର

ଖୋର୍ଦ୍ଧାଜିଲ୍ଲା ବାଣପୁର ବ୍ଲକର ଗୋଦାବରୀଶ ବିଦ୍ୟାପୀଠ,ଅଚ୍ୟୁତରାଜପୁର ମୌଜାର ହାତୀମୁଣ୍ଡା ନିକଟ ଗଛ ବାଲୁଙ୍କେଶ୍ବର ମହାଦେବ ମନ୍ଦିର ବହୁ ପୂରାତନ କହିବାକୁ ଗଲେ ପ୍ରାୟତଃ ୨୦୦୦ବର୍ଷ ପୂର୍ବର ଏହା ଇତିହାସ କହେ ବାଣପୁରରେ ବାଣାସୁରଙ୍କ ରାଜତୁ କାଳରୁ ମନ୍ଦିର ପ୍ରତିଷ୍ଠା ହେବାର ଜଣାଯାଏ। ୨୦୧୦/୧୧ ମସିହାରେ ବଜ୍ରପାତରେ ଏହାର ଦଧିନଉତି ନଷ୍ଟ ହୋଇଯାଇଥିଲା। ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ପ୍ରତିଷ୍ଠା ହୋଇପାରିନଥିଲା।ଦେବତ୍ବର ବିଭିଗ ମନ୍ଦିର ଦାୟିତ୍ବ ନେବାପରେ ମନ୍ଦିର ଟ୍ରଷ୍ଟି ମାନଙ୍କ ଚେଷ୍ଟା ଓ ଗ୍ରାମବାସୀଙ୍କ ସହଯୋଗରେ ଆଜି ଦଧିନଉତୀର ପ୍ରତିଷ୍ଠାସହିତ ହୂମଯଜ୍ଞ କରାଯାଇଛି। କାର‌୍ୟ୍ୟକ୍ରମରେ ମନ୍ଦିରର ଟ୍ରଷ୍ଟି ମ୍ୟାନେଜିଂ ଟ୍ରଷ୍ଟି ଅବସରପ୍ରାପ୍ତ ଅଧ୍ୟକ୍ଷ ସୁକଲ୍ୟାଣ ପାଣିଗ୍ରାହୀ,ମ୍ୟାନେଜିଂ ବଡିର କର୍ମକର୍ତ୍ତା ଶ୍ରୀମତି ମୀନତି ମହାପାତ୍ର,ସୁକାନ୍ତ ବାରିକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular