ସିଡିଏସ ବିପିନ ରାଓ୍ଵତଙ୍କ ହେଲିକପ୍ଟର କ୍ରାସ ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୪ ଜଣକ ମୃତ୍ୟୁ ହୋଇଥିବା ଖବର ମିଳିଛି। ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାବତଙ୍କ ମଧ୍ୟ ଦେହାନ୍ତ ହୋଇଛି। ଦୁଇ ପାଇଲଟ, ଜଣେ ଇଞ୍ଜିନିୟର ଓ ଆଉ ଜଣେ ଯବାନଙ୍କ ମୃତଦେହ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଥିଲା । ତିନି ସେନା ମୁଖ୍ୟ ବିପିନ୍ ରାୱତ୍ଙ୍କ ପରିବାର ଏବଂ ସେନା ଅଧିକାରୀ ଏହି ହେଲିକପ୍ଟରରେ ରହିଥିଲେ । ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର କ୍ରାସ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ବା ସିସିଏସ୍ ବୈଠକ ଡକାଇଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିବା ନେଇ ଜଣାପଡ଼ିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0