ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପାର୍ଥିବ ଶରୀର। ଶୁକ୍ରବାର ହେବ ଅନ୍ତିମ ସଂସ୍କାର। ବୁଧବାର ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ୍ (୬୩)ଙ୍କ ଜୀବନ ଯାଇଛି । ଏହି ଭୟାବହ ଦୁର୍ଘଟଣାରେ ରାୱତ୍ଙ୍କ ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଛନ୍ତି । ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ଯୋଗସୂତ୍ର ରକ୍ଷା ଭଳି ଗୁରୁ ଦାୟିତ୍ୱ ତୁଲାଉଥିବା ଜେନେରାଲଙ୍କ ରାୱତ୍ଙ୍କର ଏହି ଅକାଳ ବିୟୋଗରେ ସେନା ଏବଂ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । ଦେଶବିଦେଶର ସେନା ମୁଖ୍ୟ ଓ ରାଜନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । କୁନ୍ନୁରର ଜଙ୍ଗଲରେ ବୁଧବାର ପ୍ରାୟ ୧୨.୨୦ ମିନିଟ୍ରେ ଏମ୍ଆଇ-୧୭ଭି-୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ସିଡିଏସ୍ ରାୱତ୍, ତାଙ୍କ ପତ୍ନୀ ମଧୁଲିକା ଓ ସେନାର ୧୨ ଜଣ ଅଧିକାରୀ ଥିଲେ । ଘନ ଜଙ୍ଗଲରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ଏହାଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0