ଶେଷରେ ବହୁ ଆଲୋଚନା-ପର୍ଯ୍ୟାଲୋଚନା ଓ ବିଚାର ବିମର୍ଶ ପରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଚାଷୀ ସଙ୍ଗଠନ ସହମତ ହୋଇଥିବା ଜଣାପଡ଼ିଛି। ତେଣୁ ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର ନେଇ ଆଜି ଔପଚାରିକ ଭାବେ ଘୋଷଣା ହୋଇପାରେ। ତେବେ ଯେଉଁ କିଛି ଦାବିକୁ ନେଇ ଆନ୍ଦୋଳନ ଚାଲିଛି ସେଥିରେ ଲିଖିତ ପ୍ରତିଶ୍ରୁତି ଦାବି କରାଯାଇଛି। କେନ୍ଦ୍ର ସରକାର ୩ ନୂଆ କୃଷି ଆଇନ୍ ପ୍ରତ୍ୟାହାର କରିବା ପରେ ଆଜି ସିଂଘୁ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀ ସଙ୍ଗଠନ ପକ୍ଷରୁ ବୈଠକ ବସିବ। ସଂଯୁକ୍ତ କିଶାନ ମୋର୍ଚ୍ଚା ନେତୃତ୍ୱରେ ବୈଠକରେ ଆନ୍ଦୋଳନ ଓ ଚାଷୀ ପ୍ରସଙ୍ଗୁ ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହେବ। କେନ୍ଦ୍ର ସରକାରଙ୍କ ଠାରୁ ଏମ୍ଏସପି ଉପରେ ସ୍ୱତନ୍ତ୍ର ଆଇନ୍ ଚାହୁଁଛନ୍ତି କୃଷକ ସଂଗଠନ। ଏଥିସହ ଆନ୍ଦୋଳନ ବେଳେ ହରିୟାଣା, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଚାଷୀଙ୍କ ଉପରେ କରାଯାଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ଦାବି ହୋଇଛି। ଦିଲ୍ଲୀ ଲାଲକିଲ୍ଲା ହିଂସାରେ ପ୍ରଦର୍ଶନକାରୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ବି ଦାବି କରିଛି କୃଷକ ସଂଗଠନ। ଏଥିସହ ବିଦ୍ୟୁତ୍ ସଂଶୋଧନ ବିଲ୍ ଡ୍ରାଫ୍ଟ ପ୍ରତ୍ୟାହାର, ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ନେଇ ମଧ୍ୟ ଆଲୋଚନା ହେବ। ସଂଯୁକ୍ତ କିଶାନ କମିଟିର ସଦସ୍ୟ ଗୁରୁନାମ ସିଂ କହିଛନ୍ତି ଯେ, ଚାଷୀଙ୍କ ପକ୍ଷରୁ ହେଉଥିବା ଦାବି ସମ୍ପର୍କରେ କେନ୍ଦ୍ର ସରକାର ପୂର୍ବରୁ ଏକ ସମାଧାନର ପ୍ରସ୍ତାବ ଦେଇଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0