ବାୟୁସେନା ହେଲିକପ୍ଟର କ୍ରାସ୍ ଘଟଣା । ମୃତ ୧୩ଜଣଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡିଆ ଯବାନ । ମୃତ ଯବାନଙ୍କ ନାମ ରାଣା ପ୍ରତାପ ଦାସ ବୋଲି ଜଣାପଡିଛି । ତାଙ୍କ ଘର ତାଳଚେରର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ବୋଲି ସୂଚନା ରହିଛି । ବୁଧବାର ଦିନ ମଧ୍ୟାହ୍ନ ସମୟରେ ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।ଏହି ଦୁର୍ଘଟଣାରେ ସିଡିଏସ୍ଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ରାଣା ପ୍ରତାପ ଦାସ ରହିଛନ୍ତି । ତାଙ୍କ ଘର ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0