ସୁନୀଲ କୁମାର ବନସଲ ହେବେ ନୂଆ ପୁଲିସ ମହାନିର୍ଦ୍ଦେଶକ। ବନସଲ ଡିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସୁନୀଲ କୁମାର ବନସଲ୧୯୮୭ ବ୍ୟାଚର ବରିଷ୍ଠ ଓଚଝ। ସେ ଏବେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ୟ୍ୟରତ ଅଛନ୍ତି। ପୂର୍ବରୁ ମୟୂରଭଞ୍ଜର ଏସ୍ପି ଥିଲେ। ବହୁ ଦିନ ପୂର୍ବରୁ ବନସଲ କେନ୍ଦ୍ରୀୟ ଡେପୁଟେସନକୁ ଯାଇଛନ୍ତି। ଡିଜିପି ଅଭୟଙ୍କ ଠାରୁ ସୁନୀଲ ବନସଲ ଦାୟିତ୍ୱ ଗ୍ରହଣ କରିବେ। ଚଳିତ ମାସରେ ଡିଜିପି ଅଭୟ ଅବସର ନେବେ। ଡିସେମ୍ବର ୩୧ ତାରିଖରେ ସରୁଛି ଡିଜିପିଙ୍କ ଅଭୟଙ୍କ କାର୍ୟ୍ୟକାଳ।ସୂଚନାଯୋଗ୍ୟ, ଗତ ୮ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିିଜିପି ମନୋୟନ କମିଟି ବୈଠକରେ ରାଜ୍ୟର ପୁଲିସ ଡିଜି ପଦବୀ ନିମନ୍ତେ ମୋଟ ୧୨ଜଣ ଯୋଗ୍ୟ ଆଇପିଏସଙ୍କ ନାମ ମଧ୍ୟରୁ ବରିଷ୍ଠତା ଓ ମେରିଟ୍ ଆଧାରରେ ୩ଜଣ ଆଇପିଏସଙ୍କ ନାଁ ସର୍ଟଲିଷ୍ଟ ହୋଇଥିଲା । ଶୁକ୍ରବାର ଏହି ସର୍ଟଲିଷ୍ଟ ତାଲିକା ରାଜ୍ୟ ସରକାରଙ୍କୁ ମିଳିଥିଲା । ତାଲିକାରେ ୧୯୮୬ ବ୍ୟାଚର ପ୍ରଦୀପ କାପୁର, ୧୯୮୭ ବ୍ୟାଚର ସୁନୀଲ କୁମାର ବନସଲ ଓ ୧୯୮୮ ବ୍ୟାଚର ମନୋଜ କୁମାର ଛାବ୍ରାଙ୍କ ନାମ ସର୍ଟଲିଷ୍ଟ ହୋଇଥିବାବେଳେ ଏବେ କେବଳ ଶ୍ରୀ ଛାବ୍ରା ହିଁ ଓଡ଼ିଶାରେ କାର୍ୟ୍ୟ କରୁଛନ୍ତି । ଶ୍ରୀ କାପୁର ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ଓ ଶ୍ରୀ ବନସଲ ୨୭ବର୍ଷରୁ ଊର୍ଦ୍ଧ୍ୱ ଅବଧି ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0