ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣା ଜାରି ରହିଥିବାବେଳେ ରାଜ୍ୟ ସରକାର ଆଜି ସମସ୍ତ ଆର୍ଥିକ ଅନୁଷ୍ଠାନଗୁଡ଼ିକ ନିମନ୍ତେ ନୂଆ ନିଦେ୍ର୍ଦଶନାମା ଜାରି କରିଛନ୍ତି । ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀମାନେ ବ୍ୟାଙ୍କ, ବୀମା ଓ ଫାଇନାନ୍ସ କମ୍ପାନୀଗୁଡ଼ିକ କାର୍ଯ୍ୟ କରିପାରିବେ । ତେବେ ମାସ୍କ ସାନିଟାଇଜର ଓ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବେ ପାଳେନ କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର କହିଛନ୍ତି ।
ରାଜ୍ୟ ସରକାରଙ୍କ ଆର୍ଥିକ ପ୍ରତିଷ୍ଠାନ ନିଦେ୍ର୍ଦଶକ ପ୍ରଜ୍ଞାପାରମିତା ସାହୁ ଆଜି ସମସ୍ତ ଜିଲ୍ଳାପାଳ, ଏସିପି, କଟକ ଓ ଭୁବନେଶ୍ୱର ପୁଲିସ ଡ଼ିସିପ ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକଙ୍କୁ ଚିଠି ଲେଖି ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, କ୍ଷୁଦ୍ର ବ୍ୟାଙ୍କ, ସେବି କାର୍ଯ୍ୟାଳୟ ସମସ୍ତ ପ୍ରକାରର ବୀମା କମ୍ପାନୀ, ଏନବିଏଫସି ଓ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆର୍ଥିକ କାରବାର ପାଇଁ ଅନୁମୋଦିତ ସଂସ୍ଥାକୁ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀମାନେ ସେମାନଙ୍କର ସ୍ୱାଭାବିକ ଅଫିସ ସମୟରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏହି ଆର୍ଥିକ ସଂସ୍ଥାଗୁଡ଼ିକୁ ଅଫସରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଗଦ ରାଶି ପାଇଁ ଫୋନ୍ କଲ୍ କରିଥିବା ବରିଷ୍ଠ ନାଗରିକମାନଙ୍କୁ ବ୍ୟାଙ୍କ କର୍ମଚାରୀ, ପୋଷ୍ଟାଲ୍ କର୍ମଚାରୀମାନେ ସ୍ବାଭାବିକ ବ୍ୟାଙ୍କିଂ ସମୟ ଭିତରେ ସେମାନଙ୍କ ଘରକୁ ଯାଇ ସେବା ପ୍ରଦାନ କରିବେ। କିନ୍ତୁ ସଂକ୍ରମଣ ପ୍ରତିହତ ପାଇଁ ମୁହଁରେ ମାସ୍କ୍ ପିନ୍ଧିବା ସହ ହାତକୁ ବାରମ୍ବାର ସାନିଟାଇଜରରେ ବିଶୋଧନ କରିବା ବାଧ୍ୟତାମୂଳକ କରାଯାଇଛି। ଏହାସହିତ ଭୂତାଣୁ ସଂକ୍ରମଣ ଠାରୁ ସୁରକ୍ଷିତ ରହିବା ପାଇଁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା କାର୍ୟ୍ୟାଳୟଗୁଡ଼ିକ ନିୟମିତ ବ୍ୟବଧାନରେ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ



Visitors Today : 0
Total Visitors : 130429
Total Views : 9891960
Visitors Online Now : 0