spot_img

ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦୦୦ କୋଟି ଟଙ୍କା ଭେଟି : ମୋଦି

ଲକ୍ଷ୍ନୌ: ୟୁପି ଗସ୍ତରେ ଯିବେ ମୋଦି । ଏହି ଅବସରରେ ସେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ମୋଦି ପ୍ରୟାଗରାଜ ଗସ୍ତ ସ୍ଥିର ହୋଇଥିବା ବେଳେ ସେଠାରେ ଏକ ବିରାଟ ମହିଳା ସମାବେଶରେ ଯୋଗ ଦେବେ।ଏନେଇ ସରକାରୀ ସୂତ୍ରରୁ ସୂଚନା ମିଲିଛି। ଏହି ସମାବେଶରେ ପାଖାପାଖି ୨ ଲକ୍ଷ ମହିଳାଙ୍କୁ ମୋଦି ସମ୍ବୋଧିତ କରିବେ। ଗତ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରପ୍ରଦେଶ ଗସ୍ତର ଏହା ହେଉଛି ଦଶମଥର ।

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୁଇ ମାସରୁ କମ୍ ସମୟ ରହିଛି । ତା ପୂର୍ବରୁ ଏଠିକାର ଶାସକଦଳ ବିଜେପି ପୁଣିଥରେ କ୍ଷମତାକୁ ହାତେଇବା ପାଇଁ ଲାଗିପଡ଼ିଛି। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଜେପିର ପ୍ରଚାର କମାଣ୍ଡ ନିଜ ହାତକୁ ନେଇଥିବା ଚର୍ଚ୍ଚା ହେଉଛି। ଆଜି ପ୍ରୟାଗରାଜରେ ମହିଳା ଶସକ୍ତିକରଣ କାର‌୍ୟ୍ୟକ୍ରମ ଆୟୋଜନ ହୋଇଛି।ଏଥିରେ ମୋଦି ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଆକାଉଣ୍ଟକୁ ୧୦୦୦ କୋଟି ଟଙ୍କା ସ୍ଥାନାନ୍ତର କରିବେ। ଯେଉଁଥିରେ ପ୍ରାୟ ୧୬ ଲକ୍ଷ ମହିଳା ସଦସ୍ୟ ଉପକୃତ ହେବେ। ଦିନ ଦୟାଲ ଉପାଧ୍ୟାୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ଏହି ଅର୍ଥ ସ୍ଥାନାନ୍ତର ହେବ ବୋଲି ପିଏମଓ ପକ୍ଷରୁ କୁହାଯାଇଛି। ୮୦,୦୦୦ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (ଉଓୠ) ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular