ପୁରୀ : ପଞ୍ଚାୟତ ସମିତି ସଭାରେ କଣାସ ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ପାଈଁ ପ୍ରସ୍ତାବ ଗୃହୀତ ହେଲା । ଏହା ଵିରୋଧରେ ସ୍ୱର ଉତଳନ କରି ରଣହୁଙ୍କାର ଦେଇଛି କଣାସ ନାଗରିକ ମଞ୍ଚ । ଶାସକ ଦଳକୁ ସିଧା ଟାର୍ଗେଟ କରି ମଞ୍ଚ ଏବେ ବ୍ଲକ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଅହୋରାତ୍ର ଆମରଣ ଅନସନ ରେ ବସିଛି କଣାସ ନାଗରିକ ମଞ୍ଚ ।
ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କୁ ନେଇ କିଏ କରୁଛି ରାଜନୀତି ତ କିଏ କରୁଛି ଲୋକଙ୍କ ଉନତି ତାହାତ ସମୟ ଶାପକ୍ଷ୍ୟ । କଣାସ ଅଞ୍ଚଳରେ ବ୍ଲକ କାର୍ଯ୍ୟାଳୟ ର ସ୍ଥାନାନ୍ତରିତ କୁ ନେଇ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ଚାଲିଛି ଅଙ୍କ କଷା କଷି । ପ୍ରତିବାଦରେ ନାଗରିକ ମଞ୍ଚ , କଣାସ ବ୍ଲକ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଅହୋରାତ୍ର ଆମରଣ ଅନସନ ରେ ବସିଛି । ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ପ୍ରସ୍ଥାବ ପ୍ରତିହାର କରାଯାଉ । କଣାସ ନାଗରିକ ମଞ୍ଚ ସହ ବିଧାୟକ ଆସି ଆଲଚନା କରନ୍ତୁ । ଯଦି ବିନା ଆଲୋଚନା ରେ କିଛି ନିଷ୍ପତି ନିୟନ୍ତୀ ତେବେ ଆଗାମୀ ଦିନରେ 20 ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଏକାଠି ହୋଇ ଆଇନି ଅମାନ୍ୟ ଆନ୍ଦୋଳନ ସହ ଚକ, ଅଖ ବନ୍ଦ ଏବଂ ରାଜରାସ୍ଥ ରେ ନିଆଁ ଜଳିବ ବୋଲି ଦୃଢ଼ ଚେତାବନୀ ଦେଇଛି କଣାସ ନାଗରିକ ମଞ୍ଚ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0