ରାଜକନିକା ଥାନା ଅନ୍ତର୍ଗତ କଣ୍ଟପଡ଼ା ବଜାରରେ ଅଭାବନୀୟ ଦୃଶ୍ୟ ଦେଖୀବାକୁ ମିଳିଛି । ସେବାସାହି ଗାଁ ମୁଣ୍ଡରେ ରହୁଥିବା ଦିବାକର ବେହେରା କଣ୍ଟପଡା ବଜାରରେ ଏକ ଫାଷ୍ଟଫୁଡ଼ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ । ସୂଚନା ଅନୂଯାୟୀ ଗତ ୧୫ ଦିନ ପୂର୍ବରୁ ରାତିରେ ଶୋଇଥିବା ସମୟରେ ତାଙ୍କ ଘର ନିଆଁ ଲଗାଇ ଦେଇଥିବା ବେଳେ ଆଜି ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ତେବେ ଦୁର୍ବୁତ୍ତ ମାନେ ଦେକାନରେ ନିଆଁ ଲଗାଉଥିବାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦିବାକର ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଏହାର କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା । ଏନେଇ ସରକାରୀ ସହାୟତା ନମିଳିଲେ ଦିବାକରରଙ୍କ ସପରିବାର ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0