spot_img

ସାଂସଦ ସୁରେଶ ପୂଜାରୀ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ହରାଇବା ବିଜେପିର ମୁଖ୍ୟ ଲକ୍ଷ୍ୟ

ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଦଳର ସଙ୍ଗଠନକୁ ମଜବୁତ କରାଯିବ, ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟସ୍ତରରେ ଓ ଜିଲ୍ଲାସ୍ତରରେ ଘୋଷଣାପତ୍ର ପ୍ରସ୍ତୁତ ହେବ। ସେ ଏହା ମଧ୍ୟ କହିଛନ୍ତି ତୃଣମୂଳସ୍ତରରେ ନିର୍ବାଚନ ପରିଚାଳନା କମିଟି ହେବ। ବୁଥକୁ ମଜଭୁତ କରାଯିବ। ମୁଖ୍ୟ ଲକ୍ଷ୍ୟ ହେଲା ନିର୍ବାଚନରେ ବିଜେପିକୁ ପୋଜିସନିଂଗ କରି ନିର୍ବାଚନ ଜିତିବା ଓ ବିଜେଡିକୁ ହରାଇବା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଆମର ସାଂସଦ ଓ ବିଧାୟକ ସଂଖ୍ୟା କମ ଥାଇ ଆମେ ଭଲ କରିଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଆମର ସାଂସଦ ଓ ବିଧାୟକ ସଂଖ୍ୟା କମ ଥାଇ ଆମେ ଭଲ କରିଥିଲେ। ଆଉ ଏବେ ସାଂସଦ ଓ ବିଧାୟକଙ୍କ ସଂଖ୍ୟା ଅଧିକ, ତେଣୁ ପଞ୍ଚାୟତ ନିର୍ବାଚନ ଫଳାଫଳ ଆହୁରି ଭଲ ହେବ। ପଞ୍ଚାୟତ ନିର୍ବାଚନରେ କିଏ ଲଢ଼ିବ, କିଏ ପ୍ରଚାର କରିବ ଆଉ କିଏ ପରିଚାଳନା କରିବ ସେନେଇ ବୈଠକରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular