spot_img

ପ୍ରଥମରୁ ପଞ୍ଚମ ଯାଇ ୩ ତାରିଖରୁ କ୍ଲାସ ଖୋଲୁଛି

ଆସନ୍ତା ୩ ତାରିଖରୁ ହିଁ ପ୍ରଥମରୁ ପଞ୍ଚମ ଯାଏ କ୍ଲାସ ଖୋଲୁଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ସେ କହିଛନ୍ତି, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି। ସଚିବ ଡିଇଓ ଓ ବିଇଓମାନଙ୍କର ବୈଠକ ନେଇଛନ୍ତି । ସ୍କୁଲ ଖୋଲିବା ପରେ ଆସନ୍ତା ୪ ତାରିଖରେ ଫଲ୍ ଆଉଟ୍ ସମ୍ପର୍କରେ ମୁଁ ମଧ୍ୟ ଡିଇଓମାନଙ୍କର ବୈଠକ ନେବି। ଯିଏ ଚାହିଁବେ ଅନଲାଇନରେ ପଢ଼ିବେ । ଭିତ୍ତିଭୂମିକୁ ନଜରରେ ନିଷ୍ପତ୍ତି ନିଆଯାଇଛି। ସ୍କୁଲ କ୍ୟାମ୍ପସ ବି ସ୍ୱଚ୍ଛ କରାଯାଇଛି । କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି । ପିଲାଙ୍କୁ ଗହଳି ସ୍ଥାନରୁ ଦୁରେଇ ରଖିବାକୁ ଅଭିଭାବକ ମାନଙ୍କୁ ନିବେଦନ କରାଯାଇଛି ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ଫଳ ଠିକ୍ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତି କରିଛି ଗଣଶିକ୍ଷା ବିଭାଗ ପିଲାମାନେ ବି ପ୍ରସ୍ତୁତ ରୁହନ୍ତୁ

LEAVE A REPLY

Please enter your comment!
Please enter your name here

- Advertisment -

Most Popular