ପୁରୀ: ସ୍ବର୍ଗଦ୍ବାରରେ ଜିଲ୍ଲା ବାହାର ଲୋକଙ୍କ ଶବଦାହ ଉପରେ କଟକଣା । ସୋମବାରଠାରୁ ଏହି କଟକଣା ଲାଗୁ କରାଯିବ। ଜିଲ୍ଲା ତଥା ରାଜ୍ୟରେ କୋଭିଡ୍ ଓ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ସ୍ବର୍ଗଦ୍ବାରର କିଛି କର୍ମଚାରୀ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାର ଲୋକଙ୍କ ପାଇଁ ଏହି କଟକଣା ଲାଗୁ ରହିବ। କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇ କେବଳ ପୁରୀ ଜିଲ୍ଲାର ଲୋକେ ଶବଦାହ କରିପାରିବେ। ପରିସ୍ଥିତି ସ୍ଵାଭାବିକ ହେଲେ ପୁନଃ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ଅନୁମତି ଦିଆଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0