କାଶୀ ର ପ୍ରସିଦ୍ଧ ବାବା କାଳ ଭୈରବ ପ୍ରଥମ ଥର ପାଇଁ ପୁଲିସ ବେଶ ସାଜିଛନ୍ତି । ମୁଣ୍ଡରେ ପିନ୍ଧାଇ ଦିଆଯାଇଛି ପୁଲିସ ଟୋପି । ବ୍ୟାଜ୍ ଲାଗିଛି ଛାତିରେ । ବାମ ହାତରେ ଧରିଛନ୍ତି ବାଡ଼ି ଏବଂ ଡାହାଣ ହାତରେ ଧରିଛନ୍ତି ରେଜିଷ୍ଟର୍ । ‘କାଶୀର କୋତ୍ୱାଲ୍’ କୁହାଯାଉଥିବା ପ୍ରଭୁ କାଳ ଭୈରବଙ୍କର ଏହି ବେଶ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ମନ୍ଦିରରେ ଭକ୍ତ ଙ୍କ ଭିଡ ଲାଗିଛି । ବାବା କାଳ ଭୈରବ ମନ୍ଦିରର ମହନ୍ତ ଅନୀଲ ଦୁବେ କହିଛନ୍ତି, କରୋନାଭାଇରସ୍ ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ସ୍ବତନ୍ତ୍ର ପୂଜାପାଠ କରାଯାଉଛି। ସମସ୍ତଙ୍କ ପ୍ରତି କରୁଣା କରିବା ଲାଗି ବାବାଙ୍କୁ ଗୁହାରି କରାଯାଇଛି। ରାଜ୍ୟ ଓ ଦେଶରେ ସୁଖ ଓ ସମୃଦ୍ଧି ଆସୁ। ଲୋକେ ସୁସ୍ଥ ରୁହନ୍ତୁ। କେହି କୌଣସି ପ୍ରକାର ଅସୁବିଧାରେ ନ ପଡ଼ନ୍ତୁ । ଭକ୍ତମାନଙ୍କର ବିଶ୍ବାସ ପୁଲିସ ଅବତାରରେ କାଳ ଭୈରବ ଦୁଷ୍ଟମାନଙ୍କୁ ଶାସ୍ତି ଦେବେ। ଜଣେ ଭକ୍ତ କହିଛନ୍ତି, ବାବା କାଳ ଭୈରବ ହେଉଛନ୍ତି କାଶୀର କୋତ୍ୱାଲ୍। ଏବେ ସେ ୟୁନିଫର୍ମ ମଧ୍ୟ ପିନ୍ଧିଛନ୍ତି। ସେ ଦୁଷ୍ଟ ଦମନ କରିବେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0