ଶ୍ରୀରାମଙ୍କ ମନ୍ଦିରକୁ ଦାନ କରିବେ ୪୦୦ କିଲୋର ତାଲା ଓ ୩୦ କିଲୋ ଓଜନର ଚାବି । ପ୍ରସିଦ୍ଧ ଉତ୍ତରପ୍ରଦେଶ ଆଲିଗଡ଼ର ସତ୍ୟପ୍ରକାଶ ଶର୍ମା ତାଙ୍କ ପତ୍ନୀ ରୁକ୍ମିଣୀ ସବୁଠାରୁ ବଡ଼ ତାଲା ବନାଇଛନ୍ତି । ଏହି ତାଲାକୁ ଅଯୋଧ୍ୟାରେ ନିର୍ମିତ ହେଉଥିବା ଭଗବାନ ଶ୍ରୀରାମଙ୍କ ମନ୍ଦିରକୁ ସତ୍ୟପ୍ରକାଶ ଶର୍ମା ତାଙ୍କ ପତ୍ନୀ ରୁକ୍ମିଣୀ ସମର୍ପିତ କରିଛନ୍ତି । ସତ୍ୟପ୍ରକାଶ କହିଛନ୍ତି, ଏହି ତାଲାକୁ ବନାଇବା ଲାଗି ପ୍ରାୟ ୬ ମାସ ସମୟ ଲାଗିଛି । ଓଜନ ୪୦୦କିଲୋ ରହିଛି । ତାଲାର ଲମ୍ବ ୧୦ ଫୁଟ ରହିଥିବା ବେଳେ ଚଉଡ଼ା ସାଢ଼େ ୪ ଫୁଟ ଓ ମୋଟାଇ ଛଅ ଇଞ୍ଚ ହେବ । ଏହି ତାଲାକୁ ଖୋଲିବା ପାଇଁ ୩୦କିଲୋର ଚାବି ରହିଛି । ସତ୍ୟପ୍ରକାଶ କହିଛନ୍ତି, ଏହି ତାଲାରେ ଆହୁରି ବହୁତ କାମ ବାକି ଅଛି। ରାମମନ୍ଦିରକୁ ପ୍ରଦାନ କରାଯିବା ପୂର୍ବରୁ ସେଥିରେ ଆହୁରି ପିତ୍ତଳର ବକ୍ସ, ଲିଭର, ହୁଡ୍କା ଲାଗିବ । ଏଥିସହିତ ଏହି ବଡ଼ ତାଲାରେ ଷ୍ଟିଲର ଷ୍ଟ୍ରାପ୍ ସିଟ୍ ଲଗାଯିବ ଯାହାକି ଭବିଷ୍ୟତରେ କଳଙ୍କି ଲାଗିବ ନାହିଁ । ତିଆରି କରିବା ପାଇଁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଥିବା ବେଳେ ଏଯାବତ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଛି । ଉଚ୍ଚତା ୧୫ଫୁଟ ରହିଥିବା ବେଳେ ଚଉଡ଼ା ୮ଫିଟ ରହିଛି। ସେହିପରି ମୋଟେଇ ୨୦ଇଞ୍ଚ ରହିଛି। ଏଥିପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ସତ୍ୟପ୍ରକାଶଙ୍କ ଇଚ୍ଛା ଏହି ତାଲାକୁ ସେ ଗିନିଜ ବୁକର ରେକର୍ଡରେ ସାମିଲ କରିବେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0