ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ଏହି ଦିନ ହେଇଛି ଗର୍ବ ର ଦିନ । ପରିସ୍ଥିତି ଯାହାହେଉ ନା କାହିଁକି ଭାରତୀୟ ସେନା ସବୁଠି ଲଢେଇ କରିଛଚ ବିଜୟ ହାସଲ କରି ତିରଙ୍ଗା ପତକା ଉଡେଇଛି । ଏପରିକି ଆଇ .ଏନ୍. ଏରେ ଓଡିଆ ବୀର ଯୁବକ ଏବଂ କାରଗିଲରେ ଓଡିଆ ଶହୀଦଙ୍କ ରକ୍ତ ଭିଜା କାହାଣୀ ଆମ ଜାତିର ଅଲିଭା ଇତିହାସ ମୁକ୍ତିର ଦୀପାଳୀ ।
ଏଇ ଲକ୍ଷରେ ବିଦ୍ୟାଳୟ ,ବିଶ୍ୱବିଦ୍ୟାଳୟରେ ଏନ.ସି.ସି. ସ୍କାଉଟ୍ ରହିଛି । ଆଜିର ଛାତ୍ର କାଲି ଭାରତର ଜଣେ ଜଣେ ସୈନିକ ହେବା । ସେନା ଦିବସ ରେ ଦେଶ ସୁରକ୍ଷା ପାଇଁ ପ୍ରାଣ ବଳିଦାନ ଦେଇଥିବା ସହିଦ ଙ୍କ ଉର୍ଦେଶ ରେ ସମ୍ମାନପ୍ରଦର୍ଶଣ କରାଯାଏ । ସାହସିକତା ଏବଂ ନିପୁଣତା ପାଇଁ ଭାରତୀୟ ସେନାର ଖ୍ୟାତି ରହିଛି ଏବଂ ଦେଶର ନିରାପତ୍ତା ପାଇଁ ତା’ର ଅମୂଲ୍ୟ ଅବଦାନକୁ କଥାରେ ପରିପ୍ରକାଶ କରିହେବ ନାହିଁ ବୋଲି ଆଜି ‘ସେନା ଦିବସ’ ଅବସରରେ ଯବାନମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭାରତୀୟ ସେନାର ପ୍ରଥମ ଭାରତୀୟ ‘କମାଣ୍ଡର୍-ଇନ୍-ଚିଫ୍’ ଭାବେ ଫିଲଡ୍ ମାର୍ସାଲ୍ କେ. ଏମ୍. କ୍ୟାପାରିଆ ଦାୟିତ୍ବ ଗ୍ରହଣ କରିବାର ଦିନକୁ ‘ସେନା ଦବସ’ ଭାବେ ପାଳନ କରାଯାଉଛି। ୧୯୪୯ ମସିହା ଜାନୁଆରି ୧୫ ତାରିଖ ଦିନ ସେ ଭାରତର ଶେଷ ବ୍ରିଟିସ୍ ‘କମାଣ୍ଡର୍-ଇନ୍-ଚିଫ୍’ ଜେନେରାଲ୍ ସାର୍ ଫ୍ରାନ୍ସିସ୍ ବଚର୍ ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0