ପୁଷ୍ପା ର ହିନ୍ଦୀ ଭର୍ସନ ମୁକ୍ତିଲାଭ କରାଯାଇଛି ।ନିର୍ମାତାମାନେ ପୂର୍ବରୁ କହିଥଲେ ଯେ ‘ପୁଷ୍ପା’ର ହିନ୍ଦୀ ଭର୍ସନକୁ ଜାନୁଆରୀ ୧୪ରେ ମୁକ୍ତିଲାଭ କରିବ। ଦି ରାଇଜ୍’ର ହିନ୍ଦୀ ଭର୍ସନ ବିଳମ୍ବିତ ରାତିରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରାଯାଇଛି । ଅନ୍ୟ କୌଣସି ଫିଲ୍ମ ପାଇଁ ଏପରି କ୍ରେଜ୍ ନାହିଁ ଯେମିତି ପୁଷ୍ପା ପାଇଁ ଅଛି । ଏହି ପିଲ୍ମଟି ଜାନୁଆରୀ ୭ରେ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ସେହି ଦିନଠାରୁ ଦର୍ଶକମାନେ ହିନ୍ଦୀ ଡବ୍କୁ ଅପେକ୍ଷା କରି ରହିଥିଲେ ।

ଏଥିପାଇଁ ଏହି ଫିଲ୍ମଟି ରାତି ୧୨ଟାରେ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରାଯାଇଛି। ଫିଲ୍ମର କ୍ୟାପସନ୍ ଦିଆଯାଇଥିଲା- ଯେ ‘ଏହା ଫିଲ୍ମ ନୁହେଁ .. ଫାୟାର’ । ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଆମାଜନ ପ୍ରାଇମ ଭିଡିଓ ଏକ ପୋଷ୍ଟ ସେୟାର କରି ଫିଲ୍ମଟି ଆସିଥିବାର ସୂଚନା ଦିଆଯାଇଛି । ଏହାକୁ ଦେଖି ଫ୍ୟାନ୍ସମାନେ ଖୁବ୍ ଉତ୍ସାହିତ ହୋଇ ପଡିଛନ୍ତି । ସେୟାର ହୋଇଥିବା ପୋଷ୍ଟରେ କମେଣ୍ଟ ଦେଖିବାକୁ ମିଳିଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0