ବିଲ୍ କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ହସ୍ତଶିଳ୍ପ ନିଗମ ସହକାରୀ ନିର୍ଦ୍ଦେଶକ ଓ ପ୍ରଶିକ୍ଷିକା। ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବ୍ୟାସନଗର ସହର ପାଇକରାପୁର ଅଞ୍ଚଳର ଖଗେଶ୍ବର ମଲିକଙ୍କଠାରୁ ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। ଶ୍ରୀ ମଲ୍ଲିକ ହେଉଛନ୍ତି ହସ୍ତଶିଳ୍ପ ବିଭାଗ ଦ୍ବାରା ସ୍ବୀକୃତିପ୍ରାପ୍ତ ଜଣେ ଚାନ୍ଦୁଆ ଶିଳ୍ପୀ। ନିଗମ ଅଧୀନରେ ସେ ଟ୍ରେନିଂ କ୍ୟାମ୍ପ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ପ୍ରଶିକ୍ଷଣ ବାବଦକୁ ୭୬ ହଜାର ୫ଶହ ଟଙ୍କା ସେ ନିଗମଠାରୁ ପାଇବାର ଥିଲା। ଏଥିପାଇଁ ଖଗେଶ୍ୱର ବାରମ୍ବାର ହସ୍ତତନ୍ତ ନିଗମ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିଲେ। ହସ୍ତତନ୍ତ ନିଗମ ସହକାରୀ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଓ କାର୍ଯ୍ୟାଳୟର ପ୍ରଶିକ୍ଷିକା ଲକ୍ଷ୍ମୀପ୍ରିୟା ମହାରଣା ବିଲ୍ କରାଇ ଦେବାକୁ ୨୦ହଜାର ଟଙ୍କା ଦାବି କରିଥିଲେ। ଖଗେଶ୍ୱର ଅର୍ଥ ଦେବାରେ ଅସମର୍ଥ ହୋଇ ଯାଜପୁର ଭିଜିଲାନ୍ସ ବିଭାଗର ସହାୟତା ଲୋଡ଼ିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0