ଇସ୍ଲାମାବାଦ୍: ଦେଶରେ ଦ୍ରୁତ ମୁଦ୍ରାସ୍ଫିତି ବୃଦ୍ଧି ସଂକ୍ରାନ୍ତରେ ରବିବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସୂଚନା ଦେଇଛନ୍ତି ଯେ, କେବଳ ଜିନିଷପତ୍ରର ଦରଦାମ ବୃଦ୍ଧି କାରଣରୁ ହିଁ ସେ ରାତିରେ ଶୋଇପାରିନଥିବା କହିଛନ୍ତି । ଜନସାଧାରଣଙ୍କ ସହ ‘ଲାଇଭ୍ କଲ୍’ ସମୟରେ ଗୋଟାଏ ପ୍ରଶ୍ନର ଉତ୍ତର ଦେଇ ଇମ୍ରାନ୍ ଖାଁ କହିଲେ ଯେ, ଆଜି ପାକିସ୍ତାନ ସମ୍ମୁଖୀନ ହେଉଥିବା ସବୁଠୁ ବଡ଼ ସମସ୍ୟା ହେଉଛି ମୁଦ୍ରାସ୍ଫିତି ଏବଂ ଜିନିଷପତ୍ରର ଦର ବୃଦ୍ଧି । ଏହି ଦରଦାମ୍ ବୃଦ୍ଧିପାଇଁ ଜନ ସାଧାରଣ ବହୁ ସମସ୍ୟା ରସମ୍ମୁଖୀନ ହେଉଥିବା କଥା ମୁଁ ଭଲ ଭାବେ ବୁଝି ପାରୁଛି।କେବଳ ଏହି ସମସ୍ୟା ପାଇଁ ହିଁ ମୁଁ ରାତିରେ ଶୋଇ ପାରୁନାହିଁ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଜିନିଷପତ୍ରର ଦରବୃଦ୍ଧି ଏକ ବୈଶ୍ବିକ ସମସ୍ୟା। ଇଂଲଣ୍ଡ ଏବଂ ‘ୟୁରୋପୀୟ ୟୁନିୟନ୍’ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାଛଡ଼ା, କରୋନାଭାଇରସ୍ ଜନିତ ଆର୍ଥିକ କୁପ୍ରଭାବ କୁ ସୁଧାରିବା ଲାଗି ଜନକଲ୍ୟାଣ ପାଇର୍ ମୋ ସରକାର ୮ ବିଲିୟନ୍ ଡଲାର୍ ଖର୍ଚ୍ଚ କରିଛନ୍ତି । ଧନୀ ରାଷ୍ଟ୍ରମାନଙ୍କ ତୁଳନାରେ ପାକିସ୍ତାନରେ ଜନକଲ୍ୟାଣାର୍ଥେ ହେଉଥିବା ବ୍ୟୟ ଅର୍ଥ ନଗଣ୍ୟ । ଜନକଲ୍ୟାଣ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୬୦୦୦ ବିଲିୟନ୍ ଡଲାର୍ ବ୍ୟୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-୧୯ ବ୍ୟତିରେକେ, ତାଙ୍କ ସରକାର ଆଫଗାନିସ୍ତାନ ଯୋଗୁଁ ମଧ୍ୟ ବହୁ ସଙ୍କଟରେ ପଡ଼ିଛି। ତାଲିବାନ ଆଫଗାନିସ୍ତାନ କୁ ନିଜନିୟନ୍ତ୍ରଣକୁ ଆଣିବା ପରେ ପାକିସ୍ତାନରୁ ଡଲାର୍ ସବୁ ବାହାରି ଗଲା ଏବଂ ଟଙ୍କା ଉପରେ ତା’ର ନକାରାତ୍ମକ ପ୍ରଭାବ ପଡ଼ିଲା । ତାଙ୍କ ସରକାରଙ୍କ ଉଦ୍ୟମ ଯୋଗୁଁ ପାକିସ୍ତାନର ‘ଡିଜିପି’ ୫.୩୫% ବୃଦ୍ଧି ପାଇଛି ବୋଲି ବିଶ୍ବ ବ୍ୟାଙ୍କ୍ ଆକଳନ କରିଛି। ସରକାରଙ୍କ ଉତ୍ତମ ନୀତି ଯୋଗୁଁ ଦେଶରେ ନେଟ୍ ସମ୍ପଦ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0