spot_img

ଆଜି ସୁପ୍ରିମକୋର୍ଟ ରେ କୋଟିଆ ଗ୍ରାମପୁଞ୍ଜ ବିବାଦ ର ଶୁଣାଣି

କୋରାପୁଟ: ଆଜି ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲା ର ଶୁଣାଣି ହେବ । କୋଟିଆକୁ ନେଇ ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାର ସମାଧାନ ରାଜନୈତିକ ସ୍ତରରେ କରିବାକୁ ସୁପ୍ରିମକୋର୍ଟ ଦୁଇ ରାଜ୍ୟକୁ ପରାମର୍ଶ ଦେଇଥିଲେ। ବିଚାରପତି ଜଷ୍ଟିସ ଏଏମ ଖାନୱିଲକର ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ।
ଉଲ୍ଳେଖ୍ୟ ଯୋଗ୍ୟ , କୋଟିଆରେ ଗତବର୍ଷ ଫେବ୍ରୁଆରିରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିଥିଲେ । ଏହାକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାକୁ ରଦ୍ଦ କରିବା ପାଇଁ ଆନ୍ଧ୍ର ସରକାରଙ୍କ ନିବେଦନକୁ ସୁପ୍ରିମକୋର୍ଟ ସିଧାସଳଖ ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏଏମ୍ ଖାନୱିଲକର ଓ ବିଚାରପତି ଜଷ୍ଟିସ୍ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଉ ଏକ ପାଦେ ଆଗକୁ ଯାଇ ସ୍ପଷ୍ଟ କରିଦେଇଛନ୍ତି ଯେ ରାଜନୈତିକ ସ୍ତରରେ ଆଲୋଚନା ଜରିଆରେ ମାମଲାର ସମାଧାନ କର। ଯଦି ନ ହୋଇପାରିଲା, ତେବେ ଜାନୁଆରୀରେ ଏହାର ଶୁଣାଣି କରାଯିବ। ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଏବଂ ଆଡଭୋକେଟ ଅନ ରେକର୍ଡ ଶିବ ଶଙ୍କର ମିଶ୍ର କୋଟିଆ ମାମଲାର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମିଳିତ ବୈଠକ ଜରିଆରେ ଯେଉଁ ରାଜନୈତିକ ବାତାବରଣ ସୃଷ୍ଟି କରିଛନ୍ତି ଏବଂ ଆଲୋଚନାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେ ନେଇ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular