spot_img

ଚୀନ କ୍ଷେପଣାସ୍ତ୍ର କମ୍ପାନି ଉପରେ ଲାଗିଲା କଟକଣା

ଆମେରିକା ସରକାର ଚୀନର ୩ଟି ସାମରିକ ସାମଗ୍ରୀ ନିର୍ମାଣକାରୀ କମ୍ପାନି ଉପରେ କଟକଣା ଲଗାଇଛନ୍ତି । ଏହି କମ୍ପାନିମାନେ ବିଶ୍ବରେ ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ରର ପ୍ରସାର କରୁଛନ୍ତି ବୋଲି ଆମେରିକା ଅଭିଯୋଗ କରିଛି । ବିଶେଷକରି ଇରାନ, ଉତ୍ତରକୋରିଆକୁ ଚୀନ ମିସାଇଲ ଟେକନଲୋଜୀ ଯୋଗାଉଥିବାରୁ ଆମେରିକା ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । କଟକଣା ଲଗାଯାଇଥିବା ଏହି ୩ଟି କମ୍ପାନି ହେଲେ ଚାଇନା ଏରୋସ୍ପେଶ ସାଇନ୍ସ ଏଣ୍ଡ ଟେକନଲୋଜୀ କର୍ପୋରେସନ, ଚାଇନା ଏରୋସ୍ପେଶ ସାଇନ୍ସ ଏଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେସନ ଓ ପଲି ଟେକନଲୋଜିସ କର୍ପୋରେସନ । ଆମେରିକାର ଏହି କଟକଣାକୁ ଚୀନ ଦୃଢ ବିରୋଧ କରିଛି । ସମଗ୍ର ବିଶ୍ବରେ ଗଣସଂହାରକାରୀ ଅସ୍ତ୍ରଶସ୍ତ୍ରର ପ୍ରସାର କ୍ଷେତ୍ରରେ ସବୁଠାରୁ ଆଗରେ ଆମେରିକା ରହିଥିବାବେଳେ ଚୀନ ଉପରେ କଟକଣା ଲଗାଇବା ଆମେରିକାର ଦୋମୁହାଁ ନୀତିର ପରିଚାୟକ ବୋଲି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି । ଆମେରିକା ଯଥାଶୀଘ୍ର ନିଜର ଭୁଲ ସୁଧାରିବା ସହ ଚୀନ କମ୍ପାନିମାନଙ୍କୁ ଦବାଇବାର ଉଦ୍ୟମ କରିବା ଛାଡ଼ୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular