ବାଲେଶ୍ୱର: ବାଲେଶ୍ୱର ଜିଲ୍ଳା ସଦର ବ୍ଲକ ରସାଳପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ୪ଜଣ ଗୁରୁତ୍ୱର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ପ୍ରଥମେ ସେମାନଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୨ ଜଣଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟା ସମୟରେ ରସାଳପୁର ପଞ୍ଚାୟତ ମୁନିପଦା ଗାଁର ବୁଧିରାମ ବେଜ୍ଙ୍କ ଘରେ ଗ୍ୟାସ୍ ସରିଯାଇଥିଲା । ପଡୋଶୀର ଅଜୟ ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ କୌଣସି କାମରେ ଆସିଥିଲେ । ତେବେ ଏହି ସମୟରେ ବୁଧିରାମ ଅଜୟଙ୍କୁ ଗ୍ୟାସ୍ ଲଗାଇବାକୁ କହିଥିଲେ । ଅଜୟ ସରିଯାଇଥିବା ଗ୍ୟାସ୍କୁ କାଢି ନୂଆ ଗ୍ୟାସ୍ ଟାଙ୍କି ଲଗାଇବା ସମୟରେ ନିକଟରେ ଚୁଲି ଲାଗିଥିଲା । ଯାହାଫଳରେ କି ଚୁଲିର ନିଆଁ ଗ୍ୟାସ୍ ସହିତ ସଲଗ୍ନ ହୋଇଯାଇଥିଲା । ଏହା ଫଳରେ ଗ୍ୟାସ୍ ଲିକ୍ ହୋଇଯାଇଥିଲା।
ତେବେ ଗ୍ୟାସ୍ ଲିକ ହେବା ଦ୍ୱାରା ୪ ଜଣ ଗୁରୁତର ଥିବା ଜଣାପଡିଛି । ତତ୍କ୍ଷଣତ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0