ବଲିଉଡ ସିନେମା ଜଗତରେ ଏବେ ବାୟୋଗ୍ରାଫି ସିନେମାକୁ ଖୁବ୍ ପ୍ରାଧାନ୍ୟ ଦିଆଯାଉଛି । ପୂର୍ବରୁ ଅନେକ ଜୀବନ କାହାଣୀକୁ ସିନେମା ଜରିଆରେ ଦର୍ଶକଙ୍କୁ ଭେଟି ଦେଇ ପ୍ରଶଂସା ସାଉଁଟିଛନ୍ତି ଅନେକ ସିନେ ନିର୍ମାତା । ଏମିତି ଏକ ବହୁ ଚର୍ଚ୍ଚିତ ଜୀବନୀ କାହାଣୀକୁ ନେଇ ଆସୁଛି ଫିଲ୍ମ ‘ଗୁଞ୍ଜନ ସକ୍ସେନା, ଦ କାରଗିଲ୍ ଗାର୍ଲ’ । ରଚନା ବିସ୍ତ ରାଓତ୍ୱଙ୍କ ବୁକ୍ ‘କାରଗିଲ ଅନଟୋଲ୍ଡ ଷ୍ଟୋରିଜ୍’ର ‘ଗୁଞ୍ଜନ ସକ୍ସେନା’ ଏକ ଅଧ୍ୟାୟ ଉପରେ ଫିଲ୍ମଟି ପର୍ଯ୍ୟବେସିତ । ଧର୍ମା ପ୍ରଡକ୍ସନ ଏବଂ ଜି ଷ୍ଟୁଡିଓ ମିଳିତ ଭାବେ ଏହି କାହାଣୀକୁ ସିନେମାର ରୂପ ଦେବାକୁ ଯାଉଛନ୍ତି । ଜାହ୍ନବୀ କପୁର ଗୁଞ୍ଜନ ଭୂମିକାରେ ଅଭିନୟ କରିବାକୁ ଯାଉଥିବା ବେଳେ ପଙ୍କଜ ତ୍ରିପାଠୀ ତାଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିବେ । ଅଙ୍ଗଦ ବେଦୀ ଗୁଞ୍ଜନଙ୍କ ଭାଇ ଭୂମିକାରେ ନଜର ଆସିବେ । ଗୁଞ୍ଜନ ସକ୍ସେନା ହେଉଛନ୍ତି ଭାରତୀୟ ବାୟୁସେନାର ଅଧିକାରୀ ତଥା ପୂର୍ବତନ ପାଇଲଟ । ସେ ୧୯୯୪ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ । ଏହାର ଠିକ୍ ୫ ବର୍ଷ ପରେ ଅର୍ଥାତ୍ ୧୯୯୯ କାରଗିଲ୍ ଯୁଦ୍ଧରେ ସେ ସାମିଲ ହୋଇଥିଲେ । ସେ ଜଣେ ମାତ୍ର ମହିଳା ଯିଏ କାରଗିଲ୍ ଯୁଦ୍ଧରେ ସାମିଲ ହୋଇଛନ୍ତିା ଗୁଞ୍ଜନ ପ୍ରଥମ ଭାରତୀୟ ମହିଳା ଭାବେ ସୂର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0