କୋଟିପତି କିରାଣି ଗଲେ ଜେଲ
ବଲାଙ୍ଗିର: ନିଜ ଆୟଠାରୁ ଠୁଳ କରିଥିବା ଅଧିକ ସମ୍ପତ୍ତିର ହିସାବ ଦେଇ ନପାରି ଶେଷରେ ଗତକାଲି ବନ୍ଧା ହୋଇଥିଲେ ଆଗଲପୁର ବ୍ଲକର ମୁଖ୍ୟ କିରାଣି ପ୍ରଫୁଲ୍ଲ କୁମାର ସା।
ବିଭିନ୍ନ ଯୋଜନାରେ ଅର୍ଥ ଲୁଟ୍ କରିବା ସହିତ ପିସି କାରବାର କରି କୋଟିପତି ହୋଇଥିବା କିରାଣି ପ୍ରଫୁଲ୍ଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଥିଲା। ପ୍ରଫୁଲ୍ଲଙ୍କ ବଲାଙ୍ଗିର ଗାନ୍ଧି ନଗରପଡ଼ାରେ ଥିବା ଦୁଇ ମହଲା କୋଠା, ହାଟପଦା ପଡ଼ାରେ ଥିବା ଦୁଇ ମହଲା କୋଠା ଓ ଆଗଲପୁର ବ୍ଲକରେ ଥିବା କାର୍ୟ୍ୟାଳୟରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କର ୧ କୋଟି ୩୨ ଲକ୍ଷ ଟଙ୍କାର ସଂପତ୍ତି ଥିବା ଜଣାପଡିଥିଲା ।
ଆୟ ସଂପର୍କରେ ସଠିକ ତଥ୍ୟ ଦେଇ ନ ପାରିବାରୁ, ଭିଜିଲାନ୍ସ ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଥିଲା। ପ୍ରଫୁଲ୍ଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନା ମଂଜୁର ହେବାରୁ ତାଙ୍କୁ ଜେଲ ଯିବାକୁ ପଡିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0