ଟାଟା ପାଖକୁ ଫେରିଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ଆଜି ବିଧିବଦ୍ଧ ଭାବେ ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ। ଗୁରୁବାର ସରକାର ଔପଚାରିକ ଭାବେ ଟାଟା ଗ୍ରୁପକୁ ହସ୍ତାନ୍ତ କରିଛନ୍ତି। ଏବେ ଏୟାର ଇଣ୍ଡିଆର ସମସ୍ତ ପରିଚାଳନା ଦାୟିତ୍ୱ ତାର ଟାଟା ଗ୍ରୁପ ଅଧିନକୁ ଆସିଛି। ଆଜି ସରକାରୀ ଭାବେ ହସ୍ତାନ୍ତର ପୂର୍ବରୁ ଟାଟା ସନ୍ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଟାଟା ଗ୍ରପୁକୁ ଏୟାର ଇଣ୍ଡିଆ ଫେରିବା ପରେ ଆମେ ଅତ୍ୟନ୍ତ ଖୁସି ବୋଲି ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି।
ଗତ ବର୍ଷ ଅକ୍ଟୋବରରେ ନିଲାମି ପ୍ରକ୍ରିୟାରେ ଟାଟା ଗ୍ରୁପ୍ ସବୁଠୁ ଅଧିକ ଟଙ୍କା ୧୮,୦୦୦ କୋଟି ଟଙ୍କା ଦେଇ ଏହାକୁ କିଣିଥିଲା। କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ପରେ ଏୟାର ଇଣ୍ଡିଆର ମାଲିକାନା ଟାଟା ଗ୍ରୁପ୍ ହାତକୁ ଫେରିଛି।
କେନ୍ଦ୍ର ସରକାର ଅକ୍ଟୋବର ୨୫ରେ ୧୮,୦୦୦ କୋଟି ଟଙ୍କାରେ ଏୟାର ଇଣ୍ଡିଆର ବିକ୍ରି ପାଇଁ ଟାଟା ସନ୍ସ ସହ ରାଜିନାମା କରିଥିଲେ। ସରକାରଙ୍କୁ ୨୭୦୦ କୋଟି ଟଙ୍କା ନଗଦ ଦେବ ଏବଂ ଏୟାର ଲାଇନ୍ ଉପରେ ଥିବା ୧୫,୩୦୦ କୋଟି ଟଙ୍କା ବକେୟା ପରିଶୋଧ କରିବା ନେଇ ଚୁକ୍ତି ହୋଇଥିଲା।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0