spot_img

କଣ୍ଟାବାଞ୍ଝିର ୪ଟି ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଣ୍ଟାବାଞ୍ଝି: କରୋନା ନିୟନ୍ତ୍ରଣ ପାଇଁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ର ୪ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହରର ୨,୫, ୧୦, ୧୧ ନମ୍ବର ୱାର୍ଡକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା ହୋଇଛି । ଗତ କାଲି ରାତିରେ ତହସିଲଦାରଙ୍କ ଉପସ୍ଥିତିରେ ଏସଡିପିଓ, ଥାନା ଅଧିକାରୀ, ଏନଏସି ନୋଡାଲ ଅଫିସର ସବୁ ୱାର୍ଡକୁ ଯାଇ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିଥିଲେ । ଏହି ସବୁ ୱର୍ଡର ଲୋକେ ବାହାରକୁ ଯାଇ ପାରିବେ ନାହିଁ କି ବାହାରୁ କୌଣସି ଲୋକ ୱାର୍ଡ ଭିତରକୁ ପ୍ରବେଶ କରି ପାରିବେ ନାହିଁ । ଅତ୍ୟାବଶ୍ୟକୀୟ ସମାଗ୍ରୀ ପାଇଁ ହେଲ୍ପ ଲାଇନ ନମ୍ବରେ ଯୋଗାଯୋଗ କରି ପାରିବେ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular