ମୁମ୍ବାଇ: ‘କୋଇ ମିଲ ଗେୟା’, ‘କ୍ରିସ୍’ ଓ ‘କ୍ରିସ୍ ୩’ର ସଫଳତା ପରେ ରାକେଶ ରୋସନ ‘କ୍ରିସ୍ ୪’ର ପ୍ରସ୍ତୁତିରେ ଲାଗିପଡିଛନ୍ତି । ସେପଟେମ୍ବର ୨୦୧୭ରେ ଏନେଇ ଫିଲ୍ମ ନିର୍ମାତା ଘୋଷଣା କରିଥିଲେ । ପରେ ହ୍ରିତିକ୍ ଏନେଇ ଟ୍ୱିଟ ମଧ୍ୟ କରିଥିଲେ । ‘କ୍ରିସ୍ ୪’ରେ ଭଗବାନ ଶ୍ରୀଗଣେଶ କ୍ରିସ୍ ପୋସାକରେ ଦେଖିବାକୁ ମିଳିବେ । ଏବେଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବା ଆରମ୍ଭ କରିଦେଲାଣି । କୋଇ ମିଲ ଗୟାର ଯାଦୁ, କ୍ରିସର ଫ୍ଲାଇଙ୍ଗ ଫାଇଟ ପରେ, ଏଥର ଷ୍ଟୋରିରେ କ’ଣ ନୂଆ ଟ୍ୱିଷ୍ଟ୍ ରହିଛି , ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ୨୦୨୦ କ୍ରିସମାସ୍ରେ ଏହା ରିଲିଜ୍ ହେବାକୁ ଲକ୍ଷ୍ୟ ଥିବା ବେଳେ କରୋନା ମହାମାରୀ ପାଇଁ ସୁଟିଂ କାମ ବନ୍ଦ ରହିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0